District

କାଦବେଡ଼ା ଗ୍ରାମରେ ପ୍ରଥମ ଥର ଖୋଳାଗଲା ନଳକୂପ

କାଦବେଡ଼ା ଗ୍ରାମରେ ପ୍ରଥମ ଥର ଖୋଳାଗଲା ନଳକୂପ

ତେନ୍ତୁଳିଖୁଣ୍ଟି, ୬/୩
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକ ଗୌଡ଼ ଦେଓପାଲି ପଞ୍ଚାୟତ ଇନ୍ଦ୍ରାବତୀ ରିଜର୍ଭର ପାର୍ଶ୍ଵରେ ଥିବା କାଦବେଡ଼ା ଗ୍ରାମରେ ବ୍ଲକ ପ୍ରଶାସନର ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ନଳକୂପ ଖନନ କରାଯାଇଛି। ବଳକା କାମ ଶୁକ୍ରବାର କରା‌ଯିବ ବୋଲି ସୂଚନା ମିଳିଛି।

କାଦବେତା ଓ ଛାରପଦର ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ନେଇ ଖବର ପ୍ରକାଶ ପରେ ବିଡିଓ ସ୍ଥିତି ଅନୁଧ୍ୟାନ କରିଥିଲେ। ନଳକୂପ ଖନନ ଗାଡ଼ି କିଭଳି ଯାଇ ପାରିବ ସେଥ‌ିପାଇଁ ପ୍ରଥମେ ବ୍ଲକ ପ୍ରଶାସନ ଭିବିଳିରାମଜି ମାଧ୍ୟମରେ ରାସ୍ତା କରାଇଥିଲେ। ରାସ୍ତାକାମ ସମାପ୍ତ ହେବା ପରେ ଗୁରୁବାର ନଳକୂପ ଖନନ ଗାଡି ଗାଁକୁ ଯାଇଥିଲା। ପରେ ସେଠାରେ ରୀ ନଳକୂପ ଖୋଳାଯାଇଛି। ନିଜ ଗ୍ରାମରେ “ତ ପ୍ରଥମ ଥର ନଳକୂପ ଦେଖ୍ ଗ୍ରାମବାସୀ ବାସୀ ବ୍ଲକ ପ୍ରଶାସନ ଓ ବିଡିଓ ମ ମନୋଜ ପାଣିଗ୍ରାହୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଏହା ପୂର୍ବରୁ ଗ୍ରାମବାସୀ ଝରଣା ପାଣିରେ ନିଜ ଶୋଷ ମେଣ୍ଟାଉଥିଲେ।

ଶ୍ରମିକମାନେ ନଳକୂପ ଖୋଳୁଛନ୍ତି ।

ବ୍ଲକ ପ୍ରଶାସନର ଏହି କାର୍ଯ୍ୟ ବଳରେ ଗ୍ରାମବାସୀ ସୁବିଧାରେ ପିଇବା ପାଣି ପାଇପାରିବେ। ସେହିଭଳି ମଞ୍ଚଗାଁ ଗ୍ରାମର ଛାରପଦର ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ପାରଡିପାସରୁ ଛାରପଦର ରାସ୍ତାର କିଛି ମରାମତି ଆବଶ୍ୟକ ଥିବା ନଜରକୁ ଆସିଥିଲା। ଏହାର ମରାମତି ପଞ୍ଚାୟତର କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିଶନ ବାବଦରେ ଆସୁଥିବା ଅର୍ଥରେ ଓ ଭିବିଜିରାତିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button