ଡକାୟତି ଉଦ୍ୟମ ପଣ୍ଡ କଲା ମୈଦଳପୁର ପୋଲିସ ।ଡକାୟତି ପୂର୍ବରୁ ୫ଡକାୟତ ଗିରଫ

ଡକାୟତି ଉଦ୍ୟମ ପଣ୍ଡ କଲା ମୈଦଳପୁର ପୋଲିସ ।ଡକାୟତି ପୂର୍ବରୁ ୫ଡକାୟତ ଗିରଫ |
ନବରଙ୍ଗପୁର ୦୬/୦୩/୨୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ରେ ମୈଦଳପୁର ଥାନା ମୈଦଳପୁର ପୋଲିସ ୫/୩/୨୬ ତାରିଖ ଦିନ ସନ୍ଧ୍ୟାରେ ପେଟ୍ରାଲିଂ କରୁଥିବା ବେଳେ ଏନ ଏଚ୍ ୨୬ କୁ ଲାଗିକି ରହିଥିବା ସେମଳା ଜଙ୍ଗଲ ଭିତରେ କିଛି ଦୁର୍ବୃତ ଲୁଚି ରହିଥିବା ପୋଲିସ କୁ ଖବର ମିଳିଥିଲା। ଖବର ପାଇଁ ସେମଳା ଜଙ୍ଗଲ ଭିତରେ ପୋଲିସ ଚଢାଉ କରି ଲୁଚି ରହିଥିବା ୫ ଜଣ ଦୁର୍ବୁତ ମାନଙ୍କୁ ଧରି ଥୂବାବେଳେ ଆଉ କିଛି ଦୁର୍ବୃତ କେଉଁ ଆଡେ ଚମ୍ପଟ ମାରିଥିଲେ ! ଦୁର୍ବୁର୍ତ ମାନଙ୍କ ବ୍ୟବହାର କରୁଥିବା ଏକ ବୋଲେର ଗାଡି ମଟରସାଇକେଲ ସମେତ ବିଭିନ୍ନ ମାରଣାସ୍ତ୍ର ଛୁରି ଖଣ୍ଡା,ଭୁଜାଲି ୬ ଟି ମୋବାଇଲ କୁ ଜବତ କରିଛି । ଧରା ପଡ଼ିଥିବା ୫ ଜଣ ଦୁର୍ବୃତ ଙ୍କୁ ମୈଦଳପୁର ଥାନା ରେ ଅଟକ ରଖ୍ ପଚରାଉଚରା କରିବା ପରେ ଦୁର୍ବୃତ ମାନେ ମୈଦଳପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଚରି ଡକାୟତି କରିବା ପାଇଁ ଯୋଜନା କରିଥିବା ସ୍ଵିକାର କରିଛନ୍ତି । ମୈଦଲପୁର ଥାନା କେସ ନମ୍ବର -୨୩/୨୬ ତା ୨୭/୦୨/୨୦୨୬ ରିଖ ରେ ଇଉ/ଏସ୍ ୩୧୦(୪),୩୧୦(୫), ୧୧୧(୪), ୨୭ ଅସ୍ତ୍ରଶସ୍ତ୍ର ଏକ୍ସ ରେ କୋର୍ଟ ଚାଲାଣ କରାଯିବ ବୋଲି ମୈଦଲପୁର ଥାନା ପରିସରରେ ଆଜି ଜିଲ୍ଲା ଏ.ଏସପି ଶ୍ରୀ ଆଦିତ୍ୟ ସେନ୍ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।



