District

ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ

ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର :-ଡାବୁଗାଁ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଆଜି ରଙ୍ଗର ପର୍ବ ହୋଲି ଉତ୍ସବ ପାଳିତ ହେଲା। ଜନ ସାଧାରଣ ସହ ଡାବୁଗାଁ ସଦର ମହାକୁମ ଠାରେ ହୋଲି ଖେଳିଲେ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ। ହୋଲି ହିନ୍ଦୁମାନଙ୍କ ଏକ ପ୍ରମ୍ମୁଖ ପର୍ବଅଟେ। ହୋଲି ଉତ୍ସବ ଅବସରରେ ଡାବୁଗାଁ ଅଞ୍ଚଳ ଚାରିଆଡେ ଉତ୍ସବ ମୁଖୁର ପରିବେଶ ହଇଯାଇଛି। ହୋଲି ପୂର୍ବଦିନ ସ୍ଥାନୀୟ ଅଂଚଳରେ ମଙ୍ଗରାଚଚରା, କେଲିଆ ମହିମା ଆଶ୍ରମ, ମହିନ୍ଦ୍ରୀ, ମାନିଗାଁ ରେ ଦୁମଧାମରେ ପାଳିତ ହେଲା ହୋଲିପଡ଼ା ଏବଂ ରାତ୍ରିରେ ସମସ୍ତ ଙ୍କ ମନରଞ୍ଜନ ପାଇଁ ଶତାଧିକ ଦେକାନ ବଜାର ସହ ଆଦିବାସୀ ନାଟକର ମଧ୍ୟ ଆୟୋଜନ କରାଯାଇ ଥିଲା। ଆଜି ଏହି ଅବସରରେ ରାଧାକୃଷ୍ଣ ମନ୍ଦିର,ଜଗନ୍ନାଥ ମନ୍ଦିର ଆଦି ବିଭନ୍ନ ସ୍ଥାନରେ ଧୂମ ଧାମରେ ପାଳିତ ହେଲା ହୋଲି ଉତ୍ସବ।ହିନ୍ଦୁ ଭାଇମାନେ ଆଜି ଏହି ଭାଇଚାରାର ପର୍ବ ଧୁମଧାମରେ ପାଳନ କଲେ। ସ୍ଥାନୀୟ ପ୍ରଥା ଅନୁସାରେ ଆଜି ଆମ ଡାବୁଗାଁ ଅଂଚଳରେ ଆମ୍ବ ନୂଆ ଖାଇଥାନ୍ତି ସ୍ଥାନୀୟ ଜନସାଧାରଣ ତେଣୁ ହୋଲି ପଡାର ନିଆଁ ସ୍ଥାନୀୟ ପୂଜାରୀ ଘୋର ଘୋର ଯାଇ ଏହି ନିଆଁକୁ ଦେଇଥାଏ ଏବଂ ଏହି ନିଆଁରେ ନୁଆଁ କାନ୍ଦୁଲ ଭଜା ହୁଏ ଏହା ପରେ ଆମ୍ବ ନୁଆଁ ଖାଇ ଥାନ୍ତି ସ୍ଥାନୀୟ ଜନସାଧାରଣ ।ରିପୋଟ ପ୍ରିୟଦର୍ଶିନୀ ପାତ୍ର,ନବରଙ୍ଗପୁର

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button