ଖୋଲା ଆକାଶ ତଳେ ପଡ଼ିରହିଛି ୧ ଲକ୍ଷ କୁଇଣ୍ଟାଲ ଧାନ

ଖୋଲା ଆକାଶ ତଳେ ପଡ଼ିରହିଛି ୧ ଲକ୍ଷ କୁଇଣ୍ଟାଲ ଧାନ
ମଣ୍ଡିରୁ ଧାନ ଉଠୁ ନ ଥିବା ଚାଷୀଙ୍କ ଅଭିଯୋଗ
ଟୋକନ ଲାପ୍ସ ପୂର୍ବରୁ ଉଠାଯିବା ନେଇ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି
ନବରଙ୍ଗପୁର, ୩।୩
ନବରଙ୍ଗପୁର ଜିଲ୍ଲାର ୫୮ ଧାନ ମଣ୍ଡିରେ ପ୍ରାୟ ଏକ ଲକ୍ଷ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ତେବେ ନନ୍ଦାହାଣ୍ଡି ବ୍ଲକ ସରୁଗୁଡ଼ା ଧାନ ମଣ୍ଡିରେ ୪୫୦ ଜଣ ଚାଷୀଙ୍କ ଧାନ କିଣା ଯାଇନଥିବା ନେଇ ଚାଷୀମାନେ ସୋମବାର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ମିଲରମାନେ କୁଇଣ୍ଟାଲ ପିଛା ୧୦ କିଲୋ ଧାନ କଟ୍ନୀ ଛଟନି କରି ଧାନ ଉଠାଉଛନ୍ତି। ଯେଉଁ ଚାଷୀ ଏଥିରେ ଅରାଜି ସେମାନଙ୍କ ଧାନ ମଣ୍ଡି ରୁ ଉଠିନାହିଁ। ଏବେ ମଣ୍ଡିରେ ୯୦୦୦ କୁଇଣ୍ଟାଲ ଧାନ ପଡ଼ି ରହିଛି। ଟୋକନ – ଅବଧି ୩ ଦିନ ଭିତରେ ଲାପ୍ସ ହେବାକୁ ଯାଉଛି ବୋଲି ଚାଷୀ ଲକ୍ଷ୍ମୀଧର ହରିଜନ, ଟଙ୍କଧର ମାଝୀ, ଭାସ୍କର ଚନ୍ଦ୍ର ବାଘ, ଦିବାକର ନାୟକ ପ୍ରମୁଖ ଲିଖିତଭାବେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ମହେଶ୍ଵର ସ୍ବାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ତୁରନ୍ତ ଧାନ ଉଠାଇବାକୁ କହିଛନ୍ତି । ତିନିଦିନ ମଧ୍ୟରେ ଧାନ ଉଠାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଅଭିଯୋଗ ଜଣାଇଛନ୍ତି ଚାଷୀ ଜିଲ୍ଲାପାଳଙ୍କୁ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



