District

ଶିକ୍ଷାମନ୍ତ୍ରୀଙ୍କ ମାରାଥନ ଶିଳାନ୍ୟାସ

ଶିକ୍ଷାମନ୍ତ୍ରୀଙ୍କ ମାରାଥନ ଶିଳାନ୍ୟାସ

ନବରଙ୍ଗପୁର,ଗୋବିନ୍ଦ ତ୍ରିପାଠୀ

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ସମସ୍ତ ୱାର୍ଡର ବିଭିନ୍ନ ସ୍ଥାନରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ନିଧି ଯୋଜନା’ ମାଧ୍ଯମରେ ପୌରାଞ୍ଚଳର ଉନ୍ନୟନମୂଳକ କାମକୁ ନଜରରେ ରଖି ସମସ୍ତ ଓ୍ବାର୍ଡର ୨୧ ଗୋଟି ସ୍ଥାନରେ ଏକ କୋଟିରୁ ଅଧିକ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସହ ଭାଜପାର ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦଙ୍କ ପ୍ରତିନିଧି ରାମ ନାୟକ, ମହିଳା ନେତ୍ରୀ ମନ୍ଦିରା ନାୟକ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଏବଂ ପୌରପରିଷଦର ଅନ୍ୟାନ୍ୟ କର୍ମଜୀବୀଙ୍କ ସହ ଭାଜପାର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button