District

ଡାକ୍ତରଙ୍କ ପଦବୀ ପୂରଣ ପାଇଁ ଦାବି ରଖିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ

ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତୁରନ୍ତ ଆଇସିୟୁ ପ୍ରତିଷ୍ଠା ସହ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ଦାବି ରଖିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି:୨/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ଭୁବନେଶ୍ଵର ଠାରେ ବିଧାନସଭାର ସ୍ଵତନ୍ତ୍ର ସଭାଗୃହରେ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ବିଭୂତି ଭୂଷଣ ପ୍ରଧାନଙ୍କ ନେତୃତ୍ବରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ବୈଠକରେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସହିତ ଆବଶ୍ୟକ ଅନୁସାରେ ବିଶେଷଜ୍ଞ ଡାକ୍ତର ଓ ନର୍ସ ନଥିବାରୁ ଚିକିତ୍ସା ନପାଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଜଣାଇଛନ୍ତି. ଯାହାକୁ ନେଇ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସିୟୁ ଓ ଏମ୍ ଆର ଆଇ ସୁବିଧା ଯୋଗାଇ ଦେବା ପାଇଁ ଆଜି ବିଧାସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଦାବି ରଖିଛନ୍ତି। ଆଇସିୟୁ , ସହ ମୁଖ୍ୟ ଚିକିତ୍ସାଳୟରେ ଏମ ଆର ଆଇ, ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଆବଶ୍ୟକ ଆମ୍ବୁଲାନ୍ସ, ଚନ୍ଦ୍ରଗିରି ଓ ଖଜୁରୀପଦା ଠାରେ ଅତିରିକ୍ତ ଶବ ବ୍ୟବଚ୍ଛେଦ ଗୃହ ପ୍ରତିଷ୍ଠା କରିବା ପାଇଁ ଦାବି ରଖିଛନ୍ତି । ସେହିଭଳି ଗୁମ୍ମା, କାଶୀନଗର, ଗୁରାଣ୍ଡି ଠାରେ ମିଶନ ଶକ୍ତି କ୍ୟାଫେ ଖୋଲିବା ପାଇଁ ଦାବି ରଖିଛନ୍ତି ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button