District

ଯୁବପିଢ଼ି ମାନଙ୍କ ପାଇଁ ସନ୍ଧରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ଧରଣ ତାଲିମ

ଯୁବପିଢ଼ି ମାନଙ୍କ ପାଇଁ ସନ୍ଧରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ଧରଣ ତାଲିମ ଓଡ୍ରାଫ୍ ଟିମ୍ ଦ୍ବାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ତା :- ୦୨-୦୩-୨୦୨୬,ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ଏ.ଜୀ.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ଧରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ଧରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ରେ ପ୍ରଥମ ପର୍ଯ୍ୟାୟରେ ତା ୦୨.୦୬.୨୫ ଠାରୁ ୦୭.୦୬.୨୦୨୫ ପର୍ଯ୍ୟନ୍ତ ତିନୋଟି ଦଳ ଭାବେ ୯୦ ଜଣିଆ ଅଂଶଗ୍ରହଣକାରୀ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୦୯-୦୨-୨୦୨୬ ଠାରୁ ଆଜି ପର୍ଯ୍ୟନ୍ତ ତିନୋଟି ଦଳ ଭାବେ ୯୦ ଜଣିଆ ଅଂଶଗ୍ରହଣକାରୀ ସର୍ବ ମୋଟ ୧୮୦ ଜଣିଆ ଅଂଶଗ୍ରହଣକାରୀ (୬ଟି ଦଳ) ଙ୍କୁ କୋରାପୁଟରୁ ଆସିଥ‌ିବା ଓଡ୍ରାଫ୍ ଟିମ୍ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଏହିଭଳି ୪ ଗୋଟି ଗୋଟି ଦଳ ହିସାବରେ ମୋଟ 300 ଅଂଶଗ୍ରହଣକାରୀ ଙ୍କୁ ଓଡ୍ରାଫ୍ ଟିମ୍ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣକାରୀଙ୍କୁ କିଭଳିଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ଏବଂ ତାହା ସହିତ ଅଂଶଗ୍ରହଣକାରୀଙ୍କ ଖାଇବା, ରହିବା ଆନୁସଙ୍ଗିକ ମୌଳିକ ସୁବିଧା କିଭଳି ଭାବେ ପ୍ରଦାନ କରାଯାଉଅଛି ତାହାକୁ ନିରୀକ୍ଷଣ କରିବା ସକାଶେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ବର ସ୍ବାଇଁ ଏବଂ ଅଂଶଗ୍ରହଣକାରୀଙ୍କ ସହିତ ଭାବ ଆଦାନ ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିବା ସକାଶେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ନିଭାଗ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିଭାଗ, ସାମାଜିକ ସୁରକ୍ଷା ବିକଳାଙ୍ଗ ସଶକ୍ତିକରଣ ବିଭାଗର

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଭାବେ ପରିଦର୍ଶନ କରି ଅଂଶଗ୍ରହଣକାରୀଙ୍କୁ ରାଜ୍ୟ ସରକାରଙ୍କ ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ |

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button