District

ଗଣଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବ

ଗଣଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବ ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ଭୁବନେଶ୍ଵର: ଗଣଶିକ୍ଷା ବିଭାଗ ଶାସନ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯିବ ଓ ସ୍ଵଚ୍ଛତାକୁ ଗୁରୁତ୍ବ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଶିକ୍ଷାଦାନ ବ୍ୟବସ୍ଥା ହେଉଛି ଏକ ମହତ କର୍ଭବ୍ୟ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ବାଟ ଦେଖାଇବା, ପାଠ ପଢ଼ାକୁ ଗୁରୁତ୍ବ ଦେବା, ଶିକ୍ଷାଦାନ କ୍ଷେତ୍ରରେ କୌଣସି ତାରତମ୍ୟ ନ ରହିବା, ଶିକ୍ଷା ବ୍ୟବସ୍ଥାକୁ ଏକ ନିପୁଣ ସେବା ଭାବେ ବିଚାର ବିମର୍ଷ କରିବା ପାଇଁ ପ୍ରତ୍ୟେକ ଶିକ୍ଷକ/ ଶିକ୍ଷୟିତ୍ରୀ, ଗୁରୁମା/ ଗୁରୁଜୀ ଚିନ୍ତା କରିବା ଓ ସରକାରଙ୍କୁ ସହଯୋଗ କରିବା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଗଣ୍ଡ କହିଛନ୍ତି । ଗଣଶିକ୍ଷା ବିଭାଗର ବିଭିନ୍ନ ଜନହିତକର ଯୋଜନାରୁ ଯେପରି ବିଦ୍ୟାର୍ଥୀ ଉପକୃତ ହୋଇପାରିବେ, ଭଲ ପାଠ ପଢି ନିଜକୁ ଷ୍ଟ୍ରଙ୍ଗ କରିପାରିବେ, ବିନା ସାହାରାରେ ବାଟ ଚାଲିପାରିବେ ସେଥିପ୍ରତି ଶିକ୍ଷକମାନଙ୍କର ଗୁରୁଦାୟିତ୍ଵ ଥିଲା ବେଳେ ସେମାନେ ଏହାକୁ ନିଜର କର୍ତବ୍ୟ ପରାୟଣ ଭାବି ଯଦି

ସହଯୋଗର ହ।ତ ନ ବଢ଼ାଇବେ ତା’ହେଲେ ବିଶ୍ୱସ୍ତରୀୟ ଶିକ୍ଷାଦାନର ଯୋଜନା ସମ୍ଭବ ନୁହେଁ । ଯଦି ପ୍ରତ୍ୟେକ ଶିକ୍ଷକଙ୍କର ଉନ୍ନତରମାନର ଚିନ୍ତାଧାରା ରହିବ, ଦାୟିତ୍ବବୋଧତା ରହିବ, ପରିଶ୍ରମ ରହିବ, ସମୟଜ୍ଞାନ ରହିବ, ପ୍ରତ୍ୟେକ ପିଲାଙ୍କ ଚରିତ୍ରଜ୍ଞାନକୁ ନିପୁଣ ଓ ନିଖୁଣ ଭାବେ ଅନୁଧ୍ୟାନ କରିବାର ଦୃଷ୍ଟି ର‌ହିବ ତା’ଲେ ଆଜିର ଛାତ୍ରଛାତ୍ରୀ କାଲିକୁ ଜଣେ ସୁନାମଧନ୍ୟ ବ୍ୟକ୍ତି ସୃଷ୍ଟି ହୋଇପାରିବ । ଶିକ୍ଷାଦାନ ଏକ ମହତ ଦାନ । ଯେଉଁ ରାଜ୍ୟରେ ଶିକ୍ଷାର ବ୍ୟବସ୍ଥା ଖୁବ୍ ସୁଦୃଢ଼ ସେହି ରାଜ୍ୟ ହିଁ ବିକାଶର ବାର୍ତା ସଂପର୍କରେ ଦୁଇପଦ କହିପାରିବ । କିନ୍ତୁ ବିଭିନ୍ନ ଉପାନ୍ତ ଅଞ୍ଚଳର ଯେଉଁ ଛାତ୍ରଛାତ୍ରୀମାନେ ଡ୍ରପ‌ଆଉଟ୍ ହୋଇଯାଉଛନ୍ତି ସେମାନଙ୍କୁ ପୁଣି ଶିକ୍ଷା ସ୍ରୋତରେ ସାମିଲ୍ କରିବା ପାଇଁ ସରକାର ଯେଉଁସବୁ ଯୋଜନା ହାତକୁ ନେଇଛନ୍ତି ତାକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ହୋଇପଡ଼ିଛି । ବର୍ତ୍ତମାନ ସରକାରୀ ଓ ବେସରକାରୀ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅଭିଭାବକ ଦ୍ଵନ୍ଦ୍ବରେ ପଡ଼ୁଥିବା ବେଳେ ସରକାରୀ ଶିକ୍ଷାଦାନକୁ କୌଣସି ଗୁଣରେ ରେ କମ୍ ଭାବିବା ଠିକ୍ ନୁହେଁ । ତା’ଛଡ଼ା ଘରୋଇ ଟ୍ୟୁସନ ଉପରେ ମତବ୍ୟକ୍ତ କରି ମନ୍ତ୍ରୀ କହିଛନ୍ତି ଯେ, ଯଦି ସରକାରୀ ଶିକ୍ଷକ ଟ୍ୟୁସନ କରି ଅଧିକାଂଶ ରୋଜଗାର କରିବାକୁ ମୁଣ୍ଡ ଖେଳାଇବେ ତା’ ହେଲେ ଶିକ୍ଷା ବ୍ୟବସ୍ଥା ନିଶ୍ଚୟ ବିଗିଡ଼ିବ । ଦାନକୁ ଧର୍ମ ସହିତ ତୁଳନା କରାଯାଉଥିବାରୁ ଶିକ୍ଷକମାନେ ଉଚ୍ଚ ଆସନରେ ବସି ଛାତ୍ରଛାତ୍ରୀମାନେ ନୂଆ ସକାଳର ନୂଆ କିରଣ ଦେଇ ଓଡ଼ିଶା ଶିକ୍ଷାଦାନର ମାନଚିତ୍ର କିଭଳି ବଦଳିବ ସେଥ୍ ତି ଧ୍ୟାନ ଦେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ମତବ୍ୟକ୍ତ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button