District

ଡକାୟତି ଯୋଜନାବେଳେ ୫ଜଣଙ୍କୁ ଧରିଲା ପୋଲିସ

ଡକାୟତି ଯୋଜନାବେଳେ ୫ଜଣଙ୍କୁ ଧରିଲା ପୋଲିସ

ନବରଙ୍ଗପୁର ଏଏସ୍‌ପି ଆଦିତ୍ୟ ସେନ୍ ଓ ଅନ୍ୟ ପୋଲିସ ଖବରଦାତା ସମ୍ମିଳନୀରେ ସୂଚନା ଦେଉଛନ୍ତି।

ପାପଡ଼ାହାଣ୍ଡି, ୧/୩

ନବରଙ୍ଗପୁର ଜିଲ୍ଲା ମୈଦଲପୁର ପୋଲିସ ଡକାୟତି ଉଦ୍ୟମ କରୁଥିବା ୫ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏ ଏନେଇ ନବରଙ୍ଗ ପୁର ଏଏସ୍‌ପି ଆଦିତ୍ୟ ସେନ୍ ସେ ମୈଦଳପୁର ଥାନାରେ ଏକ ଖବରଦାତା ସମ୍ମିଳନୀକ ସୂଚନା ଦେଇଛନ୍ତି। ସେମାନେ ହେଲେ । ହେନ୍‌ସେନ ହେନ୍‌ସେ ଧୋବା, ଫବିତ ବାଘ, ପୁରୁ ପୁରୁଷୋତ୍ତମ ମାଳି, ଅଜୟ ମାଳି ଓ ଉଦ୍ଧବ ହରିଜନ। ଅଭିଯୁକ୍ତମାନଙ୍କଠାରୁ ଏକ ଧଳା ରଙ୍ଗର କ।ର ଓ ଏକ ବ।ଇକ ସମସ୍ତ ୫ ମୋବାଇଲ ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଥିବା

ପୋଲିସ ସୂଚନା ଦେଇଛି। ମୈଦଲପୁର ଏଏସ୍‌ଆଇ ଲୋକେଶ କୁମାର ଭୋଇଙ୍କ ନେତୃତ୍ବରେରେ ଗଠିତ ପାଟ୍ରୋଲିଂ ଟିମ୍ ଖବର ପାଇଥିଲେ ଯେ ୬ରୁ ୮ଜଣ ବ୍ୟକ୍ତି ସେମଳା ଗ୍ରାମ ନିକଟ ଜଙ୍ଗଲରେ ଏକାଠି ହୋଇ ଡକାୟତି ଉଦ୍ୟମ କରୁଛନ୍ତି। ଲୋକେଶ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ। ଏହାପରେ କେସ୍ ନମ୍ବର ୨୩/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏଏସ୍ପି ଏସ୍‌ପି ସେନ୍ କହିଛନ୍ତି। ଖବରଦାତା ସମ୍ମିଳନ ମିଳନୀରେ ମଇଦଲପୁର ଥାନାଧିକାରୀ ଯୁଗଳ ଯୁଗଳ ଶବର, ଏସ୍‌ଡିପିଓ ସତ୍ୟଜିତ କାଣ୍ଡୋ ଣ୍ଡେଲକେଲ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button