District

୨୧ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନକଲେ ଗଣଶିକ୍ଷା ମନ୍ତ୍ରୀ

୨୧ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନକଲେ ଗଣଶିକ୍ଷା ମନ୍ତ୍ରୀ
ଉମରକୋଟ, ୧/୩
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଶନିବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ପୌରାଞ୍ଚଳରେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ ଟଙ୍କା ବ୍ୟୟରେ ୧୪ ୱାର୍ଡରେ ୨୧ ପ୍ରକଳ୍ପ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ୱାର୍ଡ ନମ୍ବର ୧୧ରେ ୫ ଲକ୍ଷ ଟଙ୍କା ବ୍ୟୟରେ ୩ ପେଭେର ବ୍ଲକ ରାସ୍ତା, ୧୨ ନମ୍ବର ୱାର୍ଡରେ ଗୋଟିଏ, ୧୩ ନମ୍ବର ୱାର୍ଡରେ ଗୋଟିଏ ଓ ୧୦ ନମ୍ବର ୱାର୍ଡରେ ଦୁଇଟି ପେଭେର ବ୍ଲକ ରାସ୍ତା ନିର୍ମାଣ କରାଯିବ। ୧୪ ନମ୍ବର ୱାର୍ଡରେ ୩ଟି ପ୍ରକଳ୍ପ ଫେଭର ବ୍ଲକ ରାସ୍ତା, ଗଣେଶ ମନ୍ଦିରର ମରାମତି, ୭ ନମ୍ବର ୱାର୍ଡରେ ଡ୍ରେନ ଓ କଲ୍‌ଭର୍ଟ ନିର୍ମାଣ ଭିଭିପ୍ରସ୍ତର ସ୍ଥାପନ, ୯ ନମ୍ବର ୱାର୍ଡରେ ୨ ପେଭର୍ ବ୍ଲକ ରାସ୍ତା, ୮

ନମ୍ବର ୱାର୍ଡରେ କଲ୍‌ଭର୍ଟ ନିର୍ମାଣ, ୨ ନମ୍ବର ୱାର୍ଡରେ ଗଣେଶ ବଲ୍ଲଭ ମନ୍ଦିର ପାଚେରୀ ଓ ଫେଭେର ବ୍ଲକ ରାସ୍ତା, ୪ ନମ୍ବର ୱାର୍ଡରେ ସି ସି ରୋଡ, ୫ ନମ୍ବର ୱାର୍ଡ ରେ ଫେଭର୍ ବ୍ଲକ ରାସ୍ତା, ୬ ନମ୍ବର ୱାର୍ଡ ରେ କମୁନିଟି କେନ୍ଦ୍ର ର ପାଚେରି ନିର୍ମାଣ ଓ ୧ ନମ୍ବର ୱାର୍ଡରେ ଗୋଟିଏ ଫେଭେର ବ୍ଲକ ରାସ୍ତାର ଭିଭି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥ୍‌, ସମ୍ମାନିତ ଅତିଥ୍ ଭାବେ ରାଜ୍ୟ ଭାଜପା ଉପସଭାପତି ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧ୍ ଅଶୋକ ପାଢ଼ୀ, ପୌର ପରିଷଦର ନିର୍ବାହୀ ଅଧୁକାରୀ ଆଲୋକ ଅନୁଗୁଳିଆ, ପୌରାଞ୍ଚଳ ଯନ୍ତ୍ରୀ ଅଶ୍ୱିନୀ ପଟ୍ଟନାୟକ, ଗିରି ଜେନା, ଡମ୍ବୁରୁ ମାଝୀ, ବାବୁଲି ଗୌଡ଼, ପ୍ରଦୀପ ମିଶ୍ର, ଜଟି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button