District

ଖଟିଆରେ ବୁହାହେଲେ ପ୍ରସୂତି

ଖଟିଆରେ ବୁହାହେଲେ ପ୍ରସୂତି
ପାପଡ଼ାହାଣ୍ଡି, ୧/୩
ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗର୍ଭବତୀଙ୍କ ଘର ନିକଟକୁ ଯିବାକୁ ମନାକଲା ଆମ୍ବୁଲାନ୍ସ । ଶିଶୁ କନ୍ୟାକୁ ଘରେ ଜନ୍ମଦେଲେ ଗର୍ଭବତୀ। ଖଟିଆରେ ବୋହି ପରେ ଅଧା କି.ମି. ଦୂର ଖଟିଅ ଆଣି ଅଟୋ ଯୋଗେ ଉଭୟ ମା’ ଛୁଆଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି I ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କୁସୁମଖୁଣ୍ଟା ଗ୍ରାମରେ ଶନିବାର ଏହି ଘଟଣା । ଦେଖୁବାକୁ କୁ ମିଳିଛି।
ସୂଚନାନୁଯାୟୀ, ଗ୍ରାମର ର ଡମଣି ପ୍ରଧାନୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁ ରାସ୍ତାରେ ରେ ଆମ୍ବୁଲାନ୍ସ ଯାଇ ପାରି ପାରିବନାହିଁ ବୋଲି ବୋଲି କହିବାରୁ ସେମାନେ ଅଟୋ ଡାକିଥିଲେ। ଅଟୋ ଆସିବା ଭିତରେ ହିଁ ସେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ରାସ୍ତା ଖରାପ ଯୋଗୁ ଘର ନିକଟରେ ଅଟୋ ପହଞ୍ଚି ନ ପାରିବାରୁ ଅଧା ବ।ଟ

ପ୍ରସୂତିଙ୍କୁ ଗ୍ରାମବାସୀ ଓ ପରିବାର ଲୋକେ ଖଟିଆରେ ଅଟୋ ପର୍ଯ୍ୟନ୍ତ ବୋହି ନେଉଛନ୍ତି।

ଅଧ। କି.ମି. ଦୂର ଖଟିଆରେ ପ୍ରସୂତିଙ୍କୁ ଗ୍ରାମବାସୀ ବୋହିଥିଲେ। ଅଟୋ ପାଖରେ ପହଞ୍ଚିବା ପରେ ଗାଡ଼ିରେ ଉଭୟ ପ୍ରସୂତି ଓ ନବଜାତଙ୍କୁ ମୈଦଲପୁର ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଏହି ଗାଁ ମୈଦଲପୁରଠାରୁ ପ୍ରାୟ ୮ କି.ମି ଦୂର ରହିଛି ପ୍ରାୟ ୫ କି.ମି. ରାସ୍ତା ଅତି ଶୋଚନୀୟ। ସେଥିରେ ଗାଡି ଯିବା

ସମ୍ଭବ ନୁହେଁ। ଜଙ୍ଗଲ ମଧ୍ୟରେ ଗାଁ ଥିବାରୁ ପଥୁରିଆ ରାସ୍ତା ରହିଛି I ରାସ୍ତା ଅବସ୍ଥା ଅବ ଠିକ୍ ନ ଥିବାରୁ ଗର୍ଭବତୀ ଓ ଅନ୍ୟ ରୋଗୀମାନଙ୍କୁ ଖଟିଆରେ ବୋହି ଆଣି ମେଡିକାଲ ନିଆଯାଉଛି ବୋଲି ଗ୍ରାମବାସୀ କହି କହିଛନ୍ତି । ଏ ଦିଗରେ ଦୃଷ୍ଟିଦେଇ ଗାଁକୁ ଏକ ପକ୍କା ସଡକ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରି କରିଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button