Nawarangpur

ଝରୀଗାଁ ବ୍ଲକରେ ମଧ୍ୟାହ୍ନ ଭୋଜନ ରେ ଅନିୟମିତତା,ଅଧିକ ଉପସ୍ଥାନ ଦର୍ଶାଇ ଫାଇଦା ନେଉଛନ୍ତି ଶିକ୍ଷକ ମାନେ

ଝରୀଗାଁ ବ୍ଲକରେ ମଧ୍ୟାହ୍ନ ଭୋଜନ ରେ ଅନିୟମିତତା,ଅଧିକ ଉପସ୍ଥାନ ଦର୍ଶାଇ ଫାଇଦା ନେଉଛନ୍ତି ଶିକ୍ଷକ ମାନେ

ନବରଙ୍ଗପୁର :-ଝରିଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ହେଉଛି ବଡ଼ କେଳେଙ୍କାରୀ ମଧ୍ୟାହ୍ନ ଭୋଜନର ଦୈନିକ ତଦାରଖ କରାଯାଉ ନ ଥିବା ବେଳେ ଖାଦ୍ୟ ସୁରକ୍ଷା ଆଇନ କୁ ଜଳାଞ୍ଜଳି ଦିଆଯିବା ସହ କୋମଳମୋତି ଛାତ୍ର ଛାତ୍ରୀଙ୍କ ପେଟକୁ ଲାତ ମାରି ବ୍ୟାପକ ଅର୍ଥ ବାଟମାରଣା କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି ଦୈନିକ ବିଦ୍ୟାଳୟ ମାନଙ୍କରେ ରହୁଥିବା ଉପସ୍ଥାନଠାରୁ ମାତ୍ରାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଦର୍ଶାଇ ମଧ୍ୟାହ୍ନ ଦାନ ସମେତ ବଳକା ଚାଉଳକୁ ବାଟମାରଣା କରାଯାଉଛି ଝରିଗାଁ ବ୍ଲକର ଗୋଟିଏ କି ଦୁଇଟି ବିଦ୍ୟାଳୟ ନୁହେଁ ଅଧିକାଂଶ ବିଦ୍ୟାଳୟରେ ଏଭଳି ଘଟଣା ଘଟୁଥିବା ଅନେକ ଶିକ୍ଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ଗୋଟିଏ ପାର୍ଶ୍ଵରେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟାଳୟମାନଙ୍କ ରେ କେତେ ସଂଖ୍ୟକ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ତାହାର ରିପୋର୍ଟ ନିଦ୍ଧାରିତ ପୋର୍ଟାଲ ବା ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପିଏମପି) ଆପ ରେ ଅପଲୋଡ଼ କରିବାକୁ ନିର୍ଦେଶ ଜାରି କରିଛନ୍ତି ପୂର୍ବରୁ 2/4 ଦିନ ଧରି ରିପୋର୍ଟକୁ ଅନଲାଇନରେ ଅପଲୋଡ଼ କରାଯାଉ ନଥିବା ବେଳେ ଏବେ ଗତ କିଛିଦିନ ହେଲା ପୋର୍ଟାଲ କାମ କରୁ ନ ଥିବା ହେତୁ ଶିକ୍ଷକମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି ମୁଖ୍ୟତଃ ସରକାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷରେ ପ୍ରଧାନମନ୍ତ୍ରୀ ପୋଷଣ ବା ମଧ୍ୟାହ୍ନ ଭୋଜନ ର ବ୍ୟବସ୍ତା କରିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାଭାଗିତାରେ ଚାଲିଥିବା ଏହି ଯୋଜନା ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଦୈନିକ ପୁଷ୍ଟିକର ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି ପୂର୍ବରୁ ମଧ୍ୟାହ୍ନ ଭୋଜନ ନିମନ୍ତେ ଧାର୍ଯ୍ୟ ହୋଇଥିବା ମୂଲ୍ୟଠାରୁ ଯଥେଷ୍ଟ ନ ଥିବା ନେଇ ବହୁ ଅଭିଯୋଗ ପରେ ସରକାର ଏହି ଦରରେ ମଧ୍ୟ ପରିବର୍ତନ କରିଛନ୍ତି ଯାହାକି ଏବେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାପ୍ରତି ୧୧ ଟଙ୍କା ୧୫ପଇସା ଦେଉଥିବା ବେଳେ ୬ଷ୍ଟ ଠାରୁ ୮ମ ଶ୍ରେଣୀ ପାଇଁ ୧୪ଟଙ୍କା ୭4 ପଇସା ଦେଉଛନ୍ତି ହେଲେ ବିଦ୍ୟାଳୟମାନଙ୍କରେ ନାନା ଅସୁବିଧା ଦର୍ଶାଇ ଅଧିକ ପିଲାଙ୍କ ଉପସ୍ଥାନ ପକାଇ ମଧ୍ୟାହ୍ନ ଭୋଜନ ଅର୍ଥ ସମେତ ଆସୁଥିବା ଚାଉଳକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି ଦୈନିକ ବିଦ୍ୟାଳୟମାନଙ୍କରୁ ମଧ୍ୟାହ୍ନ ଭୋଜନ ର ଉପସ୍ଥାନ ଓ ମହଜୁଦ ରହୁଥିବା ଚାଉଳରେ ତାଳମେଳ ରହୁ ନଥିବା ଅନେକ ଶିକ୍ଷକ ମତପ୍ରକାଶ କରିଛନ୍ତି ଯାହାକି ଏ ସବୁ ଚାଉଳକୁ କିଏ ରାତି ଅଧରେ ବିକ୍ରୟ କରୁଛି ତ କିଏ ପୁଣି ସମ୍ପୃକ୍ତ ଡିଲର ଙ୍କ ସହ ସାଲାସୁତୁରା କରି ମିଥ୍ୟା ରିପୋର୍ଟରେ ଚାଉଳ ନେଣଦେଣ କରୁଥିବା କୁହାଯାଉଛି ଏପଟେ ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି ଏପଟେ ଏହି ପୋର୍ଟାଲକୁ ଅପଡେଟ କରାଯାଉଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି ଏହି ବ୍ୟାଧି ଝରିଗାଁ ବ୍ଲକ ସମେତ ଜିଲ୍ଲାରେ ବ୍ୟାପିଥିବାବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଶିକ୍ଷକ ମହଲ ରେ ଦାବି ହେଉଛି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button