ଆଜି ପାକିସ୍ତାନ ବନାମ ଶ୍ରୀଲଙ୍କା

ଆଜି ପାକିସ୍ତାନ ବନାମ ଶ୍ରୀଲଙ୍କା
ଚଳିତ ଟି-୨୦ ବିଶ୍ବକପର ସୁପର-୮ ରାଉଣ୍ଡରେ ଶନିବାର ଗ୍ରୁପ-୨ରୁ ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଶ୍ରୀଲଙ୍କା ସେମିଫାଇନାଲ ରେସରୁ ବାଦ ପଡିସାରିଛି। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ପାକିସ୍ତାନର ଭାଗ୍ୟ ମଧ୍ଯ ନିର୍ଭର କରୁଛି। ଇଂଲଣ୍ଡ ଯଦି ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ପାକିସ୍ତାନ ଶ୍ରୀଲଙ୍କାକୁ ହରାଇଲେ ସେମିଫାଇନାଲରେ ପହଞ୍ଚିପାରିବ।
ସଲମାନ ଆଘାଙ୍କ ନେତୃତ୍ବାଧୂନ ପାକିସ୍ତାନ ଲିଗ ପର୍ଯ୍ୟାୟରେ ସେଭଳି ସ୍ଥିର ପ୍ରଦର୍ଶନ କରିନଥିଲା। ଭାରତ ବିପକ୍ଷରେ ଦଳ ପରାଜିତ ହୋଇଥିବାବେଳେ ନେଦରଲାଣ୍ଡ ବିପକ୍ଷରେ ଅଳ୍ପକେ ପରାଜୟରୁ ବଞ୍ଚି ଯାଇଥିଲା। ସୁପର- ୮ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ବର୍ଷା ଧୋଇନେଇଥିଲା। ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ହାତଛଡା କରିଥିଲା। ବୋଲରମାନେ ମ୍ୟାଚ ଫଳାଫଳ ନିର୍ଣ୍ଣୟ କରିବା ନିଶ୍ଚିତ। ସାହିବଜାଦା ଫରହାନ ରନ କରୁଥିବାବେଳେ ବାକି ମିଡିଲ ଅର୍ଡର ବ୍ୟାଟର ସଂଘର୍ଷ କରୁଛନ୍ତି ।
ସୁପର-୮ରେ କ୍ରମାଗତ ଦୁଇଟି ପରାଜୟ ସହ ଶ୍ରୀଲଙ୍କା ସେମିଫାଇନାଲ ରେସରୁ ବାଦ ପଡିଛି। ଡାସୁନ ସନକାଙ୍କ ନେତୃତ୍ବାନ ଶ୍ରୀଲଙ୍କା ଶେଷ ମ୍ୟାଚରେ ବିଜୟ ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖୁଛି । ଇଂଲଣ୍ଡ ଓ ନ୍ୟୁଳିଲାଣ୍ଡ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟ ପରାଜୟର
ଖେଳ ସମୟ ରାତି ୭ଟା
ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟ୍ ନେଟୱର୍କ ଜିଓ ହଟ ଷ୍ଟାର
ମୁଖ୍ୟ କାରଣ ହୋଇଥିଲା। ପାଥୁମ ନିଶଙ୍କା, କୁଶାଲ ମେଣ୍ଡିସ, ଚରିଥା ଅସଲାଙ୍କା, ପାଉନ ରତ୍ନାୟକେ, କାମିଶୁ ମେଣ୍ଡିସ, ଡୁସାନ ହେମନ୍ତ ଓ ତୁନିଥ ୱେଲାଲାଗେଙ୍କ ଭଳି ବ୍ୟାଟର ରହିଛନ୍ତି । ପାଲିକେଲ ପିଚ ସ୍ପିନରକୁ ସହାୟତା ମିଳିଛୁ। ରାତିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡି ନିଷ୍ପରି ନେଇ ପାରନ୍ତି ।
ସମ୍ଭାବ୍ୟ ଶ୍ରୀଲଙ୍କା ଦଳ
ପାଥୁମ ନିଶଙ୍କା, କୁଶାଲ ମେଣ୍ଡିସ, ଚରିଥା ଅସଲାଙ୍କା, ପାଭନ ରତ୍ନାୟକେ, କାମିଣ୍ଡୁ ମେଣ୍ଡିସ, ଡାସୁନ ସନକା(ଅଧିନାୟକ), ଡୁସାନ ହେମନ୍ତ, ଡୁନିଥ ୱେଲାଲାଗେ, ଦୁଷ୍ମନ୍ତ ଚମିରା, ମହେଶ ଥୂକସେନା ଓ ଦିଲସାନ ମଦୁଶଙ୍କା।
ସମ୍ଭାବ୍ୟ ପାକିସ୍ତାନ ଦଳ
ସାହିବଜାଦା ଫରହାନ, ସାଇମ ଆୟୁବ, ସଲମାନ ଆଘା(ଅଧୂନାୟକ), ବାବର ଆଜମ, ଫଖର ଜମାନ, ସଦାବ ଖାନ, ଉସମାନ ଖାନ, ମହମ୍ମଦ ନୱାଜ, ସାହିନ ଶାହ ଆଫ୍ରିଦି, ସଲମାନ ମିର୍ଜା ଓ ଉସମାନ ତାରିକ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



