District

ଗଜପତି ଜିଲ୍ଲାରେ ୨୦୨୭ ଜନଗଣନା ପାଇଁ ଜିଲ୍ଲାସ୍ତରରେ ଦୁଇ ଦିନ ତାଲିମ୍ ଶିବିର ଅନୁଷ୍ଠିତ

ଗଜପତି ଜିଲ୍ଲାରେ ୨୦୨୭ ଜନଗଣନା ପାଇଁ ଜିଲ୍ଲାସ୍ତରରେ ଦୁଇ ଦିନ ତାଲିମ୍ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୭/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଜନଗଣନା କାର୍ଯ୍ୟ ଆରମ୍ଭ ହେବ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇ ଦିନିଆ ଜନଗଣନା ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ମୁନୀନ୍ଦ୍ର ହୋନନାଗା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ରାଜ୍ୟ ମାଷ୍ଟର ଟ୍ରେନର ଶ୍ରୀ ସନ୍ତୋଷ କୁମାର ଅଚାରୀ , ଉପନିର୍ଦ୍ଦେଶକ ଯୋଜନା ଗଜପତି ଶ୍ରୀ ପ୍ରକାଶ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ।ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ୨୦୨୭ ଜନଗଣନା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର ଭାବେ , ସମସ୍ତ ତହସିଦାର , ଅତିରିକ୍ତ ତହସିଲଦାର , ଜିଲ୍ଲା ଶିକ୍ଷା ଅଧିକାରୀ , ଓ ନିର୍ବାହୀ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଛି।ଉକ୍ତ ତଳିମ୍ ଶିବିରରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ , ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ୧୦ ବର୍ଷରେ ଦେଶରେ ଜନଗଣନା କରା ଯାଇଥାଏ । ଶେଷ ଥର ପାଇଁ ଏହା ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିଲା । ମହାମାରୀ କୋଭିଡ ପାଇଁ ୨୦୨୧ ମସିହାରେ ଜନଗଣନା ହୋଇ ପାରି ନ ଥିଲା ଯାହାକି , ୨୦୨୭ ମସିହାରେ ହେବାକୁ ଯାଉଛି।ଜନଗଣନା ମୁଖ୍ୟତଃ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଜନଗଣନା ହେବା ପୂର୍ବରୁ ଏହାର ପ୍ରଥମ ଉପକ୍ରମ ଭାବେ ଏକ ବର୍ଷ ପୂର୍ବରୁ ଗୃହ ଜନଗଣନା କାର୍ଯ୍ୟ ହେବ ଯାହାକି , ଚଳିତ ବର୍ଷ ୧୬ ଏପ୍ରିଲ ରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ହେବ ଏହି କ୍ରମରେ ଗୃହ ତାଲିକା ଜନଗଣନା ହେବ। ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସଠିକ ଓ ସ୍ୱଚ୍ଛ ଭାବେ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଜନଗଣନା ସୁବିଧା ପୋର୍ଟାଲରେ ଚଳିତ ବର୍ଷ ଏପ୍ରିଲ ୧ତାରିଖ ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହା ପରଠାରୁ ନିୟୋଜିତ ହୋଇଥିବା ଅଧିକାରୀ’ଙ୍କ ଦ୍ୱାରା ମୋବାଇଲ ଆପ ଜରିଆରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯିବ।ଗୃହ ତାଲିକା ବ୍ଲକର ଅପହଞ୍ଚ ଓ ଦୁର୍ଗମ ଅଂଚଳ ପ୍ରତି ଅଧିକ ଧ୍ୟାନ ଦିଆଯିବ। ଏହାର ସୁପରିଚାଳନ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ , ମାଷ୍ଟର ପ୍ରଶିକ୍ଷକ , କ୍ଷେତ୍ର ପ୍ରଶିକ୍ଷକ , ଗଣନାକାରି ଓ ସୁପରଭାଇଜର ନିୟୋଜିତ କରାଯିବା ବ୍ୟବସ୍ଥା ରହିଛି।ଦୁଇଦିନିଆ ତାଲିମ୍ ଶିବିର ରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଜିଲ୍ଲାସ୍ତରୀୟ ନିୟୋଜିତ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର ଭାବେ , ତହସିଲ ଓ ସହରାଞ୍ଚଳ ସ୍ତରୀୟ ଅଧିକାରୀ ମାନଙ୍କୁ କ୍ଷେତ୍ରୀୟ ଟ୍ରେନର ଭାବେ ନିୟୋଜିତ କରାଯିବ ବୋଲି କହିଥିଲେ।ଏଥର ଦେଶରେ ପ୍ରଥମ କରି ଡିଜିଟାଲ ମାଧ୍ୟମରେ ଜନଗଣନା ହେଉଥିବାରୁ ବୈଷୟିକ ଜ୍ଞାନ କୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଗଣନା କେବଳ ବ୍ୟକ୍ତି ବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ , ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଲିପିବଦ୍ଧ ରହବା ଆବଶ୍ୟକ। ସମସ୍ତେ ଯେପରି ନିଜର ସଠିକ ତଥ୍ୟ ପ୍ରଦାନ କରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ତେଣୁ ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଶା ପ୍ରକଟ କରିଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପ୍ରଶିକ୍ଷଣ ଶିବିରରେ ତହସିଲଦାର , ଅତିରିକ୍ତ ତହସିଲଦାର , ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜନଗଣନା କାର୍ଯ୍ୟରେ ସଂଶ୍ଲିଷ୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button