District

ମାଝୀଗୁଡ଼ାବାସୀଙ୍କ ଶୋଷ ମେଣ୍ଟାଉଛି ନଦୀପାଣି

ମାଝୀଗୁଡ଼ାବାସୀଙ୍କ ଶୋଷ ମେଣ୍ଟାଉଛି ନଦୀପାଣି

ଗାଁରେ ରହିଛି ପାନୀୟ ଜଳର ଉତ୍କଟ ସପସ୍ୟା

୨ ନଳକୂପରୁ ଗୋଟିଏ ଅଚଳ, ଅନ୍ୟଟିରୁ ବାହାରୁଛି ଗୋଳିଆ ପାଣି

ପାଇପ୍ ବିଛାଯାଇଛି, କିନ୍ତୁ ଆସୁନି ପାଣି

ତେନ୍ତୁଳିଖୁଣ୍ଟି, ୨୭/୨

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ପଞ୍ଚାୟତ ଅଧୀନ ମାଝୀଗୁଡ଼ା ଗାଁ I ଉକ୍ତ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି I ଏବେବି ଗ୍ରାମବାସୀ ପାଣି ପାଇଁ ନଦୀ ଉପରେ ଭରସା କରୁଛନ୍ତି। ଖରାଦିନ ହେଲେ ନଦୀ ପାଣି କମିବାରେ ଲାଗିବ। ଏହା ଭିତରେ ଜଳ ସମସ୍ୟା ଉତ୍କଟ ହେବ। ତେଣୁ ଖରାଦିନ ଆଗରୁ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମାଝୀଗୁଡ଼ା ଗ୍ରାମରେ ୪୫ରୁ ଉର୍ଦ୍ଦ ପରିବାର ବସବାସ କରୁଛନ୍ତି। ଲୋକସଂଖ୍ୟା ପ୍ରାୟ ୨୫୦ ହେବ। ଗାଁରେ ୨ଟି ନଳକୂପ ରହିଥ‌ିବା ବେଳେ ଗୋଟିଏ ସମ୍ପୂର୍ଣ୍ଣ ଅଚଳ। ଅନ୍ୟଟିରୁ ଅଳ୍ପ ଅଳ୍ପ ପାଣି ବାହାରୁଛି। ତାହାପୁଣି ଗୋଳିଆ ପାଣି। ତାହାକୁ ନବାକୁ ଗ୍ରାମବାସୀ ଲମ୍ବା ଧାଡ଼ିରେ

ଛିଡ଼ା ହୋଇ ରହୁଛନ୍ତି । ଉକ୍ତ ପାଣି ପିଇବା ଅନୁପଯୋଗୀ ହେଲେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ କାମରେ ତାହାକୁ ଲଗାଉଛନ୍ତି। ଗାଁରେ ମେଗା ଜଳ ଯୋଗାଣ ପ୍ରକଳ୍ପରେ ପାଇପ୍ ବିଛାଯାଇଛି। କିନ୍ତୁ ଲୋକଙ୍କ ଘରକୁ ପାଇପ ପାଣି ଏବେ ଯାଏ ପହଞ୍ଚୁ ପାରିନାହିଁ। ଏଠାରେ ବସୁଧା ଯୋଜନା ଏବେ ଯାଏ ପହଞ୍ଚି ପାରିନାହିଁ। ତେଣୁ ଗ୍ରାମବାସୀ ପାଖରେ ଥିବା ନଦୀର ଜଳକୁ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଠାରୁ ଯଦି ଏଭଳି ସ୍ଥିତି ତ ଆଗକୁ ଖରା ବଢ଼ିଲେ ଏହି ଲୋକଙ୍କ ଅବସ୍ଥା କେମିତି ରହିବ ତାହା ସହଜରେ ଅନୁମେୟ।

ଗ୍ରାମର ମହିଳାମାନେ ନଳକୂପରୁ ପାଣି ନେଉଛନ୍ତି।

ସରକାର ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଆଦିବାସୀ ଅଧୁଷିତ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି ସହ ଜଳ ଯୋଗାଣ ପାଇଁ ସମ୍ପୃକ୍ତ ବିଭାଗକୁ ବାରମ୍ବାର ନିର୍ଦ୍ଦେଶ ଦେବା ନଜର ରହିଛି। କିନ୍ତୁ ଏଠାରେ ଏହା କାର୍ଯ୍ୟକାରୀ ହେଉ ନ ଥୁବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମରେ ସରକାର ଖୁବ୍‌ଶୀଘ୍ର ପାନୀୟ ଜଳଯୋଗାଣ ପାଇଁ ଉଚିତ ପଦକ୍ଷେପ ନେବାକୁ ଗ୍ରାମର ଡମୁ ମାଝୀ, ମତିରାମ ପୂଜାରୀ, ଦିନୁ ପୂଜାରୀ, ଟଙ୍କ ମାଝୀ, ପୂର୍ଣ୍ଣ ମାଝି, ଥବିର ମାଝୀ, ପଦଲାମ

ମାଝୀ ପ୍ରମୁଖ ଗୁହାରୀ କରିଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କାଡ୍ରାକାଙ୍କ ସହ ଯୋଗାଯୋଗ କରିବାରୁ କହିଲେ ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇପ ମାଝିଗୁଡାରେ ପାଞ୍ଚ କିଲୋମିଟର ଦୂରରେ ଫାଟିଯାଇଛି। ତେଣୁ ଅସୁବିଧା ହେଉଛି। ଦିନେ ୨ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସେ କହିଛନ୍ତି। ଏ ନେଇ ବିଡିଓ ମନୋଜ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କ’ଣ ସମସ୍ୟା ରହିଛି ଅନୁଧ୍ୟାନ କରାଯିବ। ଏହାପରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button