ରାସ୍ତା ଯନ୍ତ୍ରଣାରେ ଛଟପଟ ୨୫୮ ଗ୍ରାମବାସୀ

ରାସ୍ତା ଯନ୍ତ୍ରଣାରେ ଛଟପଟ ୨୫୮ ଗ୍ରାମବାସୀ
ନବରଙ୍ଗପୁର, ୨୭/୨ :ଦେଶ ସ୍ବାଧୀନତାର ୭ ଦଶନ୍ଧି ପରେ ବି ନବରଙ୍ଗପୁର ଜିଲ୍ଲାର ୯ଟି ବ୍ଲକର ୨୫୮ ଗାଁକୁ ନାହିଁ ନିତିଦିନିଆ ରାସ୍ତା ପକ୍କା ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ଷାରେ କାଦୁଅ ପଚପଚ ରାସ୍ତାରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଏବଂ ଶିଶୁ ଓ ଗର୍ଭବତୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି। କାଦୁଅ ରାସ୍ତା ପାଇଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରୁନଥିବାରୁ ଖଟିଆ ହିଁ ଅଞ୍ଚଳବାସୀଙ୍କ ପାଇଁ ଭରସା ପାଲଟିଛି।
ସୂଚନା ଅନୁଯାୟୀ, ୧୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାର ବହୁ ଗ୍ରାମରେ ଯାତାୟାତ ସମସ୍ୟା ଲାଗି ରହିଛି। ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ଜମି ହିଡ଼ ଏବଂ ନଦୀବନ୍ଧର କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି | ଝରିଗାଁ ବ୍ଲକର ସର୍ବାଧିକ ୭୩ଟି ଗ୍ରାମକୁ ନିତିଦିନିଆ ରାସ୍ତା ନଥିବା ଜଣା ପଡ଼ିଛି। ସେହିପରି ରାଇଘର
ବ୍ଲକର ୬୫ଟି ଗାଁ, ତେନ୍ତୁଳିଖୁଣ୍ଟି ବ୍ଳକର ୩୮ଟି ଗାଁ, ପାପାଡାହାଣ୍ଡି ବ୍ଲକର ୨୫ଟି ଗାଁ, ଉମରକୋଟ ବ୍ଲକର ୨୬ଟି ଗାଁ, ଚନ୍ଦାହାଣ୍ଡି
(ପହଞ୍ଚି ପାରୁନି ଆମ୍ବୁଲାନ୍ସ, ଖଟିଆ ଭରସା)
ବ୍ଲକର ୧୮ଟି ଗାଁ, ନନ୍ଦାହାଣ୍ଡି ବ୍ଲକର ୫ଟି ଗାଁ, ଡାବୁଗାଁ ଓ କୋଷାଗୁମୁଡା ବ୍ଳକର ଗୋଟିଏ ଲେଖାଏଁ ଗାଁକୁ ରାସ୍ତା ନାହିଁ। ବର୍ଷ ବର୍ଷ ଧରି
ଏହି ଗ୍ରାମବାସୀ ରାସ୍ତା ଯନ୍ତ୍ରଣାରେ ଛଟପଟ ହୋଇ ସମସ୍ୟାର ସମାଧାନ କରିବାକୁ ଦାବି କରି ଆସୁଛନ୍ତି। ହେଲେ କେବଳ ପ୍ରତିଶ୍ରୁତିକୁ
ଛାଡ଼ିଲେ ଆଉ କୌଣସି ସୁଫଳ ମିଳୁନି ଜରୁରିକାଳୀନ ସମୟରେ ଗାଁକୁ ଆମ୍ବୁଲାନ୍ସ ଯାଉ ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ
ଭାର କରି ଖଟିଆରେ ବୋହି ମେଡିକାଲକୁ ଅଣାଯାଉଛି।
ନିତିଦିନିଆ ରାସ୍ତାରୁ ବଞ୍ଚିତ ହୋଇଥିବା ଏହି ଗାଁ ଗୁଡ଼ିକରେ ଅନ୍ୟ ମୌଳିକ ସୁବିଧା ସୁଯୋଗ ମଧ୍ୟ ନାହିଁ। ବିଦ୍ୟୁତ ସଂଯୋଗ ନଥିବାରୁ ଅନ୍ଧାରରେ ରାତି କାଟୁଛନ୍ତି ଗ୍ରାମବାସୀ । ତିବିରି ଆଲୁଅ ଅନ୍ଧାର ଦୂର କରୁଥିବା ବେଳେ କିଛି ଗାଁରେ ସୋଲାର ଲାଇଟ ଲାଗିଛି । ଯାହା ଖୁବ କମ ଦିନ ମଧ୍ୟରେ ଖରାପ ହୋଇ ପଡ଼ୁଛି। ଠିକ ସମୟରେ ମରାମତି ହେଉନଥିବାରୁ କାଗଜ କଲମରେ ସରକାରୀ ରିପୋର୍ଟ ଗୋଟିଏ ଏବଂ ବାସ୍ତବରେ ସ୍ଥିତି ଆଉ ଗୋଟିଏ ଥିବା ଜଣା ପଡ଼ିଛି। ଜିଲ୍ଲାପାଳ ଡ. ମହେଶ୍ବର ସ୍ଵାଇଁ ରାସ୍ତା ନଥିବା ଗାଁ ଗୁଡ଼ିକର ସ୍ଥିତି ସମୀକ୍ଷା କରି ତୁରନ୍ତ ନିର୍ମାଣ ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ପ୍ରଶାସନକୁ କିଛି ରାସ୍ତାର ମରାମତି ଲାଗି ମଧ୍ୟ ନିର୍ଦ୍ଦେଶ ହୋଇଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



