Politics

ଜୟପୁରକୁ ଜିଲ୍ଲା ଘୋଷଣା ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜୟପୁର ନାଗରିକ ପକ୍ଷରୁ ଦାବିପତ୍ର

ଜୟପୁରକୁ ଜିଲ୍ଲା ଘୋଷଣା ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜୟପୁର ନାଗରିକ ପକ୍ଷରୁ ଦାବିପତ୍ର

ଜୟପୁର,୨୬/୨: ଜୟପୁରକୁ ଜିଲ୍ଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଜୟପୁର ନାଗରିକଙ୍କ ପକ୍ଷରୁ ଏ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୬୨ ଅନୁସାରେ ଜୟପୁରକୁ

ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦୀର୍ଘ ଦିନ ଧରି ଚାଲିଥିବା ପ୍ରଶାସନିକ ଅସୁବିଧା ଓ ଅବହେଳାକୁ ଦୃଷ୍ଟିରେ ରଖି ଜୟପୁରକୁ ଜିଲ୍ଲାର ମର୍ଯ୍ୟାଦା ଦିଆଯିବା ଆବଶ୍ୟକ ବୋଲି ନାଗରିକଙ୍କ ପକ୍ଷରୁ ଦାବି ରଖାଯାଇଛି। ପ୍ରସ୍ତାବ ଅନୁସାରେ ଜୟପୁର ଉପଖଣ୍ଡ ସହିତ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ, ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଏବଂ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ଅଞ୍ଚଳରୁ

ନୂତନ ଜିଲ୍ଲାରେ ସମ୍ମିଳିତ କରିବା ପାଇଁ ଅନୁରୋଧ କରାଯାଇଛି। ଜୟପୁରକୁ ନୂତନ ଜିଲ୍ଲା ଭାବେ ଘୋଷଣା କରାଗଲେ ପ୍ରଶାସନିକ କାର୍ଯ୍ୟ କ୍ଷମତା ବୃଦ୍ଧି ପାଇବା ସହ ଅଞ୍ଚଳର ଉନ୍ନତିର ନୂତନ ଦ୍ବାର ଖୋଲିବା ଚାକିରି, ଶିକ୍ଷା, ସ୍ବାସ୍ଥ୍ୟ ପ୍ରାଥମିକ ସୁବିଧାରେ ଉନ୍ନତି ଆସିବ ବୋଲି ସାଧାରଣ ଲୋକେ ଆଶାବ୍ୟକ୍ତ କରିଛନ୍ତି। ଜୟପୁର ସହର ହେଉଛି ଓଡ଼ିଶାର ସର୍ବପୁରାତନ ସହର। ସ୍ବାଧୀନତା ପୁର୍ବରୁ ଏବଂ କୋରାପୁଟ ଜିଲ୍ଲା ବିଭାଜନ ପୂର୍ବରୁ ଜୟପୁର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ବିଭାଜନ ପରେ ଜୟପୁର ଗୁରୁତ୍ଵ ହରାଇଲା। ଜୟପୁର ରାଜା ରାଜ୍ୟର ଅଖଣ୍ଡତା ବଜାୟ ରଖିବା ସ୍ବାଧୀନତା ପୂର୍ବରୁ ଉତ୍କଳ ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିଲେ। କୋରାପୁଟ ଉପଖଣ୍ଡ ୫୮୩୭ ବର୍ଗ କିଲୋମିଟର ଅଞ୍ଚଳରେ ରହିଥିବା ବେଳେ ଜୟପୁର ଉପଖଣ୍ଡ ୨୯୭୦ ବର୍ଗ କିମି ଅଞ୍ଚଳକୁ ବ୍ୟାପିଛି। ଜୟପୁରକୁ ଜିଲ୍ଲା ଘୋଷଣା କଲେ ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ବିକାଶର ନୂଆ ଦ୍ବାର ଖୋଲିବା ଦାବି ପତ୍ର ପ୍ରଦାନ ସମୟରେ ଶୁଭେନ୍ଦୁ ବ୍ରହ୍ମା, କିରଣ କୁମାର ମିଶ୍ର, ମଦନ ମୋହନ ନାୟକ, ନବୀନ ମାଦଳାଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ଗୋବିନ୍ଦ ତ୍ରିପାଠୀ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button