
ଘୁଷୁରି ମରା ଭିଡିଓ ଭାଇରାଲ ପରେ, ବନ ବିଭାଗର ତଦନ୍ତ ଆରମ୍ଭ I
କୋକସରା-: କିଛି ଯୁବକ ଘୁଷୁରୀ
ମାରି ନିଆଁରେ ପୋଡୁଥିବା ଓ
ମାଂସ କାଟୁଥିବାର ଭିଡ଼ିଓ ସାମାଜିକ ଗଣମାଧ୍ଯମରେ ଭାଇରାଲ ହେବାରେ ଲାଗିଥିଲା। ଏହାପରେ ଧର୍ମଗଡ଼ ଦକ୍ଷିଣ ବନଖଣ୍ଡ ଅଧୀନ ଆମପାଣି ଫରେଷ୍ଟ ସେକ୍ସନ ପକ୍ଷରୁ ତଦନ୍ତ କରାଯାଉଛି। ଭାଇରାଲ ହୋଇଥିବା ଉକ୍ତ ଭିଡିଓରେ ସ୍ଥାନୀୟ ତେଲିଗୁଡା ଗ୍ରାମର ଜଣେ ଯୁବକ ଥିବା ଜଣାପଡିଥିଲା। ଏନେଇ ଆମପାଣି ଫରେଷ୍ଟର ରାଜେନ୍ଦ୍ର ନାଏକ ଏବଂ ତାଙ୍କ ଟିମ୍ ତେଲିଗୁଡା ଗ୍ରାମରେ ପହଞ୍ଚି ଘରେ ଘରେ ତଦନ୍ତ ଆରମ୍ଭ କରିଥିଲେ। ଏବଂ ଭାଇରାଲ ହୋଇଥିବା ଘୁଷୁରୀ ମରା ଭିଡିଓରେ ଥିବା ଯୁବକ ମଧୁସୂଦନ ମାଝୀଙ୍କ ଘରେ ପହଞ୍ଚି ତାଙ୍କୁ ବନ ବିଭାଗ ପକ୍ଷରୁ ପଚରାଉଚରା କରିଥିଲେ। ତେବେ ଭାଇରାଲ ହୋଇଥିବା ଉକ୍ତ ଭିଡିଓ ଟି ହାଇଦ୍ରାବାଦର ବୋଲି ଜଣାପଡିବା ପରେ ବନ ବିଭାଗ ଯୁବକ ମଧୁସୂଦନ କୁ ତାଗିଦ କରି ଫେରିଥିବା ଜଣାପଡ଼ିଛି।
ଗୋବିନ୍ଦ ତ୍ରିପାଠୀ



