ନିଖୋଜ ପ୍ରଧାନ ଶିକ୍ଷକଙ୍କ ଛତିଶଗଡ଼ ସୀମାନ ଜଙ୍ଗଲରୁ ମୃତଦେହ ଉଦ୍ଧାର ଆତ୍ମହତ୍ୟା ନାଁ ହତ୍ୟା?

ନିଖୋଜ ପ୍ରଧାନ ଶିକ୍ଷକଙ୍କ ଛତିଶଗଡ଼ ସୀମାନ ଜଙ୍ଗଲରୁ ମୃତଦେହ ଉଦ୍ଧାର ଆତ୍ମହତ୍ୟା ନାଁ ହତ୍ୟା?
ଝରିଗାଁ, ୨୬/୦୨ ଝରିଗାଁ ବ୍ଲକ ସୀମାନ୍ତ ଛତିଶଗଡ଼ର ମେନ୍ମୁରା ଜଙ୍ଗଲ ଅଞ୍ଚଳରୁ ନିଖୋଜ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତ। ମୃତଦେହ ଉଦ୍ଧାର ହେବ। ଘଟଣ ଅଞ୍ଚଳରେ ସୃଷ୍ଟି କରିଛି। ମୃତକ ଖଣ୍ଡିଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥୂବାବେଳେ ତାଙ୍କ ଘର ଉମରକୋଟ ବ୍ଲକ ବଡ଼ଭରଣ୍ଡି ଗ୍ରାମରେ ବୋଲି ଜଣାପଡ଼ିଛି। କଲେଗାଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା କାର୍ଯ୍ୟରେ ତାଙ୍କ ଡ୍ୟୁଟି ପଡ଼ିଥିଲା ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଦିନ ପରୀକ୍ଷା କାର୍ଯ୍ୟ ସମାପ୍ତ କରି ଦିନ ୧୨ଟା ୧୦ ମିନିଟ୍ ସମୟରେ ସେ ପ ବିଦ୍ୟାଳୟରୁ ନିଜ ବାସଭବନ କୁ ବାହାରିଥିଲୋ କିନ୍ତୁ ସେ ଘରକୁ ପହଞ୍ଚିଥିବାରୁ ପରିବାର ଲୋକମାନେ ଚିନ୍ତିତ ହୋଇଯାଇଥିଲେ। ପରେ ତାଙ୍କ ବଡ଼ ଭାଇ ଝରିଗାଁ ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ (କମ୍ପ୍ଲେନ୍) ଦାଖଲ କରିଥିଲୋ ପୁଲିସ
ତଦନ୍ତି ଆରମ୍ଭ କରିଥିବାବେ ବେଳେ ଆଜି ଛତିଶଗଡ଼ର ମେନ୍ ପୁର ଜଙ୍ଗଲ ଅଞ୍ଚଳରେ ଗଛରେ ଗାମୁଛା ପକାଇ ଝୁଲିଥିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ତାଙ୍କ ବ୍ୟବହୃତ ମୋଟରସାଇକେ (ନମ୍ବର OD24J8424) 424) ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ଜବତ କରାଯାଇଛି। ଏହା ଆତ୍ମହତ୍ୟା କି କିମ୍ବା ହତ୍ଯା ଘଟଣା ପ୍ରସଙ୍ଗରେ କିଛି ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ମୃତଦେହ ଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି। ଏହି ଅପରିକଳ୍ପିତ ଘଟଣା ପରେ ଶିକ୍ଷକ ମଣ୍ଡଳୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଶୋକର ଛାୟା ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ଘଟଣାର ନିଷ୍କୃକ୍ଷ ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ମିଳିଛି ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



