ଖଣି ଅଫିସରଙ୍କ •ଖଣି”ରୁ ବାହାରିଲା କୋଟି କୋଟି ଟଙ୍କା ୪ କୋଟି ନଗଦ ଜବତ, ଭିଜିଲାନ୍ସ ଇତିହାସରେ ରେକର୍ଡ

ଖଣି ଅଫିସରଙ୍କ •ଖଣି”ରୁ ବାହାରିଲା କୋଟି କୋଟି ଟଙ୍କା
୪ କୋଟି ନଗଦ ଜବତ, ଭିଜିଲାନ୍ସ ଇତିହାସରେ ରେକର୍ଡ
ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
କଟକ ୨୫/୨ : ମାଟି ତଳୁ ଖଣିଜ ମିଳେ ବୋଲି ଆମେ ଶୁଣିଲୁ, କିନ୍ତୁ ଏବେ ଲାଗୁଛି କେତେକ ଅଧିକାରୀଙ୍କ ଘରେ ମଧ୍ୟ ‘ନଗଦ ଖଣି’ ଲୁଚିଥାଏ ! କଟକ ମଣ୍ଡଳର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ, ତାଙ୍କ ଘରୁ ବାହାରିଲା ୪ କୋଟିରୁ ଅଧିକ ନଗଦ ଟଙ୍କା ସରକାରୀ ଦରମାରେ ଏତେ ସଞ୍ଚୟ ? ନା କି ଏହା ‘ଅତିରିକ୍ତ ଆୟ’ର ଚମତ୍କାର ? ଭିଜିଲାନ୍ସ ଚଢ଼ାଉ ସମୟରେ ଟଙ୍କା ଗଣିବାକୁ ମେସିନ୍ ଲାଗିଥିଲା ବୋଲି ସୂଚନା। ନଗଦର ଢେଉ ଅନେକ ଙ୍କ ଆଖି ଚକିତ, ଯେଉଁଠାରେ ସାଧାରଣ ଲୋକ ବ୍ୟସ୍ତ। ଏହି ଜବତକୁ ଓ ଓଡ଼ିଶା ଦିନକୁ ଦିନ ଖର୍ଚ ଚିନ୍ତାରେ ଅସୁବ୍ୟସ୍ତ। ଏହି ଭିଜିଲାନ୍ସ ଇତିହାସର ସର୍ବାଧିକ ନଗଦ ଜବତ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ପ୍ରଶ୍ନ ହେଉଛି ଏହି ଟଙ୍କା କେବଳ ଗୋଟିଏ ଅଧିକାରୀଙ୍କ ‘କୌଶଳ’ ନା ଏକ ବଡ଼ ଶୃଙ୍ଖଳାର ଛୋଟ ଚକ୍ର? ଏବେ ଦେଖୁବାକୁ ବାକି ତଦନ୍ଧର ଖଣି କେତେ ଗହୀରକୁ ଖୋଦାଯିବ ଏବଂ ଆଉ କେତେ ‘ରଚ’ ବାହାରିବ ! ଜନତାଙ୍କ ଆଶା, ଏହି ଘଟଣା କେବଳ ଖବର ଶରେନାମାରେ ନୁହେଁ, ଦୁର୍ନୀତି ବିରୋଧରେ ଦୃଢ଼ ।



