ଆମେ ପଢ଼ିବା ଆମ ଭାଷାରେ କର୍ମଶାଳା

ଆମେ ପଢ଼ିବା ଆମ ଭାଷାରେ କର୍ମଶାଳା
ଉମରକୋଟ,୨୫/୨: ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଆମେ ପଢ଼ିବା ଆମ ଭାଷାରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରକାଶ ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ କୁମାର ମିଶ୍ର, ଡିଏସଡବ୍ଲଓ ଦ୍ରୌପଦୀ କହଁର, ଡିଆଇଇଟି ଅଧ୍ୟକ୍ଷ ଓଁକାର ପଟ୍ଟନାୟକ, ଡିଆଇପିଆରଓ ମନୋଜ ବେହେରା, ବିଡିଓ ମନୋଜ ମେହେର, ଫାଉଣ୍ଡେସନ୍ ପିରାମଲ୍ ଅଧିକାରୀ ବିକ୍ରମ ରଣା ପ୍ରମୁଖ ଉପସ୍ଥିତ ଥିଲେ | ଛୋଟ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ କଥୋପକଥନ, ଶିକ୍ଷାଦାନ, ନୂଆ ଅରୁଣିମା ପ୍ରାରମ୍ଭିକ ଶିକ୍ଷା ପାଠ୍ୟକ୍ରମକୁ ପିଲାଙ୍କ ସାମାଜିକ ଓ ସାଂସ୍କୃତିକ ପରିବେଶ ଅନୁଯାୟୀ ପୁନଃରୂପାୟନ, ଅଙ୍ଗନବାଡି କର୍ମୀଙ୍କୁ ଏହି ଶିକ୍ଷାଦାନ ଉପରେ ତାଲିମ ଦେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଏହି
ଅବସରରେ ପାଇଲଟ୍ ପ୍ରଜେକ୍ଟ ଭାବେ ରାଇଘର ବ୍ଲକର ୩୦ଟି ଅଙ୍ଗନବାଡି କେନ୍ଦ୍ରରେ ସ୍ଥାନୀୟ ଗୋଣ୍ଡି ଭାଷାରେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରାଯିବା ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା ଓ
ପଞ୍ଚାୟତ ସମିତ
ଏହି ଯୋଜନାକୁ ୬ଟି ଜନଜାତି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ କେନ୍ଦୁଝରରେ ୧୮୦ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମରେ ରାଇଘର ବ୍ଲକର ସରପଞ୍ଚ, ବିଇଓ, ଏବିଡିଓ, ଅଙ୍ଗନବାଡି କର୍ମୀ, ବହୁଭାଷୀ ଶିକ୍ଷକ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



