ଫସଲ ବୀମା ପ୍ରତି ଚାଷୀ ବିମୁଖ ୩୮ କୋଟି ଜମା ରାଶି ସତ୍ତ୍ବେ ନୈରାଶ୍ୟଜନକ

ଫସଲ ବୀମା ପ୍ରତି ଚାଷୀ ବିମୁଖ ୩୮ କୋଟି ଜମା ରାଶି ସତ୍ତ୍ବେ ନୈରାଶ୍ୟଜନକ
ନବରଙ୍ଗପୁର, ୨୫/୨ : ଚାଷୀଙ୍କ କବଚ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା । ୨ହେକ୍ଟର ଜମି ପର୍ଯ୍ୟନ୍ତ ।ପୁଟ୍ ପିଛା ଏକ ଟଙ୍କା ମାତ୍ର ଜମା କରିବାକୁ ପଡ଼ିବ ବଳକା ବୀମା ଦେୟ ରାଜ୍ୟ ଓ କେନ୍ଦ୍ର ସରକାର ବହନ କରିବୋ ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀମାନେ ସ୍ବତଃ ପଞ୍ଜିକୃତ ହୋଇଥାନ୍ତି। କିନ୍ତୁ ଅନ୍ୟ ଚାଷୀମାନେ ଜନସେବା କେନ୍ଦ୍ର, ବ୍ୟାଙ୍କ, ସମବାୟ ସମିତି ଓ ବୀମା କମ୍ପାନି କାର୍ଯ୍ୟାଳୟରେ ପଞ୍ଜୀକରଣ କରିପାରିବେ। ୨୦୨୪ ଆର୍ଥିକ ବର୍ଷରେ ୫୦ ହଜାଇ ଚାଷୀ ବୀମା କରିଥିବା ବେଳେ ଅନେକ ଚାଷୀଙ୍କ ଫସଲ କ୍ଷତି ହୋଇଥିଲା। କିନ୍ତୁ ଡାବୁଗାଁ ବ୍ଲକର କୁନାପାଣି ଓ ରାଇଘର ବ୍ଳକର ହାତୀଗାଁର ୧୬୯ଜଣ ଚାଷୀଙ୍କୁ ହିଁ ୨୫ଲକ୍ଷ ବୀମା ସହାୟତା ମିଳିଥିଲା। ଚାଷୀଙ୍କ ଜମିରେ ଚକଡ଼ା ପୋକ ଲାଗି କ୍ଷତି ହେବା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ଦୈବିଦୁର୍ବିପାଳରେ ଫସଲ ନଷ୍ଟ ହେଲେ ବୀମା ଟଙ୍କା ମିଳୁନଥିବାରୁ ଜିଲ୍ଲାର ଚାଷୀମାନେ ଏହି ବୀମା କରିବାରୁ ମୁହଁ ଫେରାଉଥିବା ଜଣାପଡ଼ିଛି।
ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୧ଲକ୍ଷ ୭୪ହଜାର ୩୨୭ ହେକ୍ଟର ଜମିରେ ଚାଷ ହୋଇଛି। ଏଥିରେ ଧାନ ୯୯୨୧୭ ହାକ୍ଟର, ମଳା ୬୧୪୨୧ ହେକ୍ଟର, ଡାଲି ଜାତୀୟ
୨୭୧୪ ହେକ୍ଟର, ତୈଳବୀଜ ୨୪୬ ହେକ୍ଟର, ପନିପରିବା ୧୩୦୯ ହେକ୍ଟର, ମସଲା ଜାତୀୟ ୫୪୫ ହେକ୍ଟର, ଆଖୁ ୪୦୦୦ ହେକ୍ଟର ଓ ମିଳେଟସ୍ ଜାତୀୟ ୪୩୫୯ ହେକ୍ଟରରେ ଚାଷ ହେଉଛି। ଯେତିକି ପରିମାଣର ଜମିରେ ଚାଷ
କରାଯାଉଛି ତାହାର ମାତ୍ର ୨୫.୬ ପ୍ରତିଶତ ଅର୍ଥାତ ୪୪,୪୬୩,୪୪ ହେକ୍ଟର ଜମିର ବୀମା କରାଯାଇଛି। ଜିଲ୍ଲାରେ ୫୪,୪୪୪ ଜଣ ବ୍ୟାଙ୍କ ଋଣୀ ଓ ଅଣଋଣୀ ଚାଷୀମାନଙ୍କ
୪୪୪,୬୩,୪୪ ହେକ୍ଟର ଜମି ପାଇଁ ବୀମା ରାଶି ୩୮କୋଟି ୨୩ଲକ୍ଷ ୫୯ହଜାର ୩୩୧.୪୯ ଟଙ୍କା ଜମା କରାଯାଇଛି। ଏଥିରେ ଚାଷୀଙ୍କ ଦେୟ ୪,୧୭,୫୦୨. ୮ଟଙ୍ଗା ବୋଲି ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟରୁ ସୂଚନା ମିଳିଛି।
ତେବେ ବଳକା ଚାଷୀ କାହିଁକି ଏହି ଲାଭଉଠାଇବାକୁ ଚାହୁଁ। ନାହାଁନ୍ତି ତାହାର କାରଣ ଖୋଜାଯାଉ ବୋଲି ଚାଷୀ ବଳରାମ ପାତ୍ର, ସାଧୁ ଭତରା ଦାବି କରିଛନ୍ତି ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



