ବଟକରି ବିଦ୍ୟାଳୟରେ ଶିଶୁ ବାଟିକା ନିଯୁକ୍ତିକୁ ନେଇ ବିଧବା ମହିଳାର ଅଭିଯୋଗ, ଭିଡିଓ ଭାଇରାଲ୍

ନବରଙ୍ଗପୁର :-ପାପଡାହାଣ୍ଡି ବ୍ଲକ ଅଧିନ ବଟକରି ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକା ନିଯୁକ୍ତି ପ୍ରକ୍ରିୟାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଜଣେ ବିଧବା ଅଭ୍ୟର୍ଥୀଙ୍କୁ ଚୟନ ନକରି ୫୦ ହଜାର ଟଙ୍କା ଉତ୍କଚ ଦାବି କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଘଟଣା ନେଇ ଚର୍ଚ୍ଚା ଚାଲିଛି।ଶିଶୁବାଟିକାରେ ଅନିୟମିତତା ଏହା ଖାଲି ପାପଡାହାଣ୍ଡି ନାହିଁ ସମ୍ପୂର୍ଣ ନବରଙ୍ଗପୁର ଜିଲ୍ଲା ରେ ଏଭଳି ଚାଲିଥିବା ଜଣାପଡୁଛି।
ଭିଡିଓରେ ନିଯୁକ୍ତି ସମ୍ପର୍କିତ କଥୋପକଥନ ରେକର୍ଡ ଥିବା କୁହାଯାଉଛି। ଏହି ଅଭିଯୋଗରେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀମାନେ ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି। ବିଧବା/ଦିବ୍ୟାଙ୍ଗ/ଦୁର୍ବଳ ଆର୍ଥିକ ପରିବେଶର ଅଭ୍ୟର୍ଥୀଙ୍କୁ ନିୟମ ଅନୁଯାୟୀ ପ୍ରାଥମିକତା ଦେବ ଗାଇଡ଼ ଲାଇନ ରେ ସ୍ପଷ୍ଟ ଭାବରେ ଲେଖା ହୋଇଛି।
କିନ୍ତୁ ନିୟମର ଖୋଲା ଉଲଂଘନ କରାଯାଉଛି ନବରଙ୍ଗପୁର ଜିଲ୍ଲାରେ।ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ପ୍ରତିକ୍ରିୟା ମିଳିନାହିଁ। ତଥାପି ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ ଅଭିଯୋଗ ସମ୍ପର୍କରେ ଉଚ୍ଚ ସ୍ତରରେ ଆଲୋଚନା ଚାଲିଛି।ଘଟଣା ନେଇ ସମ୍ପୃକ୍ତ ପକ୍ଷଙ୍କ ପ୍ରତିକ୍ରିୟା ମିଳିଲେ ଆଗାମୀ ସମୟରେ ଅଧିକ ସୂଚନା ପ୍ରକାଶ ପାଇବ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



