District

ରାୟଗଡା ଜିଲ୍ଲାର ଜ।ଗର ପୂଜ। ଧୂମଧ।ମରେ ପ।ଳିତ

ରାୟଗଡା : ରାୟଗଡା ଜିଲ୍ଲା

କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ଆଜି ପବିତ୍ର ମହାଶିବରାତ୍ର ଓ ଜାଗର ମେଳିରେ ପାଇଁ ପରିବେଶ ଚଳ ଚଞ୍ଚଳ ହୋଇଉଠିଛି। ବହୁ ପୁରାତନ ଶୈବପୀଠ ଦେବଗିର ପାଞ୍ଚମୁଖେଶ୍ବର ଶୈବପୀଠରେ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମିଥ‌ିବା ଦେଖୁବାକୁ ମିଳିଛି। ଭକ୍ତ ମାନେ ୫୪୫ଟି ପାହାଚ ଅତି କ୍ରମ କରି ଦୁଇଟି ପାହାଡ଼ର ମଧ୍ୟ ଭାଗରେ ଥ‌ିବା ଏକ ଗୁମ୍ଫା ଭିତରେ ପୂଜା ପାଉଥିବା ବାବା ପଞ୍ଚ ମୁଖେଶ୍ବର ସୃଷ୍ଟିକ ଲିଙ୍ଗ, ବାବାଙ୍କୁ ଦର୍ଶନ କଲା ପରେ ନିଜ ନିଜର ମାନସୀ ରହିଥ‌ିବା ମନସ୍କାମନା ପୂରଣ ହୋଇଥାଏ। ସେଇଥୂ ପାଇଁ ଏହି ପୀଠ କୁ ନିଜର ଆଶା ଭରସା ରଖ୍ ପଞ୍ଚମୁଖେଶ୍ବର ସ୍ପଷ୍ଟୀକ ଲିଙ୍ଗ ବାବାଙ୍କୁ ପାଖକୁ ଭକ୍ତି ମାନେ ବହୁ ଦୂର ଦୂରାନୁ ରୁ ଆସିଥାନ୍ତି,ଯାହାକୁ ନେଇ ଅଞ୍ଚଳ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି, ଭକ୍ତ ମାନେ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଶାନ୍ତି ଶୃଙ୍ଖଳା ରେ ଦର୍ଶନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଦିଆଯାଇଛି,ଏବଂ ଦବଗିର କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅର୍ନ୍ତଭଗ ର ବ୍ୟବସ୍ଥା ମଧ୍ୟ କରାଯାଇଛି,ଏହି ଅର୍ନ୍ତଭଗର ବ୍ୟବସ୍ଥା ସାତଦିନ ଧରି ଚାଲୁ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button