District

ବେଧଡ଼କ ଚ।ଲିଛି ଇଟ।ଭ।ଟି

ବେଧଡ଼କ ଚାଲିଛି ଇଟାଭାଟି

ତାପମାତ୍ରା ଓ ପ୍ରଦୂଷଣ ବଢ଼ୁଛି

ନବରଙ୍ଗପୁର,୧୫/୨ :

ଜିଲ୍ଲାରେ ବେଧଡ଼କ ଚାଲିଛି ଶହ ଶହ ଇଟାଭାଟି ଏଥିଯୋଗୁଁ ତାପମାତ୍ରା ବଢ଼ିବା ସହ ପ୍ରଦୂଷଣ ବି ହେଉଛି ମୃତ୍ତିକା କ୍ଷୟ ବି ହେଉଛି। ଏହାସତ୍ତ୍ବେ ବେଆଇନ ଇଟାଭାଟି ଉପରେ ଅଙ୍କୁଶ ଲଗାଇବାକୁ ଉଚିତ୍ ମନେ କରୁନି ପ୍ରଶାସନା ବିଶେଷ କରି ଜିଲ୍ଲା ମହକୁମା ନିକଟସ୍ଥ ନନ୍ଦାହାଣ୍ଡି ବ୍ଲକର ପଡାଲଗୁଡ଼ା, ମାଝୀଗୁଡ଼ା, ଜେଟୁଗୁଡ଼ା, କେଶରୀଗୁଡ଼ା ଅଞ୍ଚଳରେ ବ୍ୟାପକ ଭାବେ ଇଟାଭାଟି ଚାଲିଛି। ନବରଙ୍ଗପୁର

ଅପରପକ୍ଷରେ ମାନ୍ୟବର ସୁପ୍ରିମକୋର୍ଟ, ଏନଜିଟି ପ୍ରଦୂଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍ ଘୋଷଣା କରିଛନ୍ତି। ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ସରକାର ମଧ୍ୟ ମାଟି ଇଟା ନିର୍ମାଣରେ ରୋକ୍ ଲଗାଇଛନ୍ତି। କାରଣ ମାଟିରୁ ଇଟା ଗଢ଼ିବା ଦ୍ବାରା ଉର୍ବର ମାଟି ନଷ୍ଟ ହେଉଛି। ତେଣୁ ମାଟି ଇଟା ନିର୍ମାଣକୁ ବନ୍ଦ କରି ପାଉଁଶ ତିଆରି କିମ୍ବା ସିମେଣ୍ଟ ଇଟା ନିର୍ମାଣକୁ ସରକାର ଅନୁମତି ଦେଉଛନ୍ତି। ତେବେ ନବରଙ୍ଗପୁର, ଉମରକୋଟ, ଡାବୁଗାଁ, ପାପଡ଼ାହାଣ୍ଡି

ଇଟାଭାଟି ସହର ଉପକଣ୍ଠ ସହ ଗ୍ରାମାଞ୍ଚଳ ଗୁଡ଼ିକରେ ମାଳ ମାଳ ଇଟାଭାଟି ରହିଛି। ସ୍ଥାନୀୟ ଲୋକେ କ ଏହାକୁ ବିରୋଧ କରୁଥିଲେ ମଧ୍ୟ ଇଟାଭାଟି ମାଲିକ ଗୁରୁତ୍ବ ଦେଉନାହାନ୍ତି। ପ୍ରଶାସନ ମଧ୍ୟ ଏହାକୁ ଗୁରୁତର ସହ ନେଉନି। ଅପରପକ୍ଷରେ ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରି ଇଟାଭାଟି ମାଲିକମାନେ ବେଆଇନ ଇଟା ବ୍ୟବସାୟ କରିବାରେ ସଫଳ ହେଉଛନ୍ତି। ଏଥିଯୋଗୁଁ ବାୟୁ ଓ ପରିବେଶ ପ୍ରଦୂଷଣ ହେଉଛି। ତେଣୁ ଅଧିକ ଗରମ ଅନୁଭୂତ ହେଉଛି। ଜିଲ୍ଲାର ସବୁ ଅଞ୍ଚଳର ଇଗ ତୁରନ୍ତ ବନ୍ଦ କରି ସିମେଣ୍ଟ ତଥା ଫ୍ଲାଇଆସ୍ ଇଟା ବିକ୍ରି ଦିଗରେ ପଦକ୍ଷେପ ନେବାକୁ ସମସ୍ତ ତହସିଲଦାରଜ ଚିଠି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଡ. ମହେଶ୍ଵର ସ୍ବାଇଁ ଗତ କିଛିଦିନ ତଳେ ଚିକିଲି ଓ କେଶରୀଗୁଡ଼ା ଆରଆଇଙ୍କୁ ତୁରନ୍ତ ଇଟାଭାଟି ବନ୍ଦ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ | କିନ୍ତୁ ଆରଆଇ କୌଣସି ପଦକ୍ଷେପ ନେଇ ନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଜଣାପଡ଼ିଛି|

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button