ଘୋଷଣ।ରେ ଧୂ ଆଁବ।ଣ
ଘୋଷଣା ଧୂଆଁବାଣ
ସର୍ଭେରେ ସୀମିତ ନବରଙ୍ଗପୁର-ଜୟପୁର ରେଳପଥ

ନବରଙ୍ଗପୁର, ୮/୨
ନବରଙ୍ଗପୁର ରେଳପଥ ଘୋଷଣାକୁ ୧୦ବର୍ଷ ପରେ ବି ଇଞ୍ଚେ ଜମି ଅଧିଗ୍ରହଣ ହୋଇପାରି ନାହିଁ। ଏପଟେ ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଥିବା ୭୫୦ କୋଟି ଏବେ ୧୫୦୦ କୋଟିରେ ପହଞ୍ଚିଛି ଜୟପୁର-ନବରଙ୍ଗପୁର ରେଳପଥକୁ ପ୍ରସଙ୍ଗ କରି ସରକାର ଦୁଇଟି ନିର୍ବାଚନ ବୈତରଣୀ ପାର କରିଛନ୍ତି। ତେଣୁ ରାଜନୈତିକ ଇଛାଶକ୍ତିର ଅଭାବ ହେଉ କି ପ୍ରଶାସନିକ ସ୍ଥାଣୁତା ହେଉ ଦେଶ ସ୍ବାଧୀନତାର ୭୮ବର୍ଷ ପରେ ବି ନବରଙ୍ଗପୁର ଜିଲ୍ଲାବାସୀ ରେଳଲାଇନ୍ ଦେଖିପାରି ନାହାନ୍ତି ।
ଜୟପୁର-ନବରଙ୍ଗପୁର ପ୍ରକଳ୍ପ ପାଇଁ ୩୮ କିଲୋମିଟର ସର୍ଭେ ସରିଛି। ଏଥିରେ ନବରଙ୍ଗପୁର ଜିଲ୍ଲାରେ ୭.୧କିଲୋମିଟର ବ୍ରତଗେଜ୍ ଲାଇନ୍ ହେବା ସର୍ଭେରେ ନନ୍ଦାହାଣ୍ଡି ତହସିଲର ଡାଇଭଟ୍ଟା, ନୂଆଗୁଡ଼ା, ପିନ୍ଧିଗୁଡ଼ା, ଗାଦବାଗୁଡ଼ା, କେଶରୀଗୁଡ଼ା ଓ ନବରଙ୍ଗପୁର ତହସିଲର ନବରଙ୍ଗପୁର ମୌଜା ସହ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁର ୭୮୦.୧୭୧ ଏକର ଜମି ଏହି ପ୍ରକଳ୍ପ ପାଇଁ
ଅଧିଗ୍ରହଣ ହେବା ଏଥିରେ ବେସରକାରୀ ଲୋକଙ୍କ ଚାଷ ଜମି ଓ ପ୍ଲଟ୍ ରହିଥିବା ସର୍ଭେରେ ଜଣାପଡ଼ିଛି ନନ୍ଦାହାଣ୍ଡି ତହସିଲର ଡାଇଭଟା ମୌଜାରୁ ୧୪,୬୬୬ ଏକର, ନୂଆଗୁଡ଼ାରୁ ୪୦.୧୯୦ଏକର, ସିନ୍ଧିଗୁଡ଼ାରୁ
ଗାଦବାଗୁଡ଼ାର କେଶରୀଗୁଡ଼ାର ୧୭.୮୭୬ଏକର, ୩୫.୮୧୫ ଏକର, ୩୦.୧୧୫ ଏକର ଓ ନବରଙ୍ଗପୁର ମୌଜାରୁ ୬.୯୮୧ଏକର ଏଭଳି ୧୪୫,୬୪୩ଏକର ଜମି ରେଳଲାଇନ୍ ପାଇଁ ଯିବା ଏଥିପାଇଁ
ଜମିହରାଙ୍କୁ ଉଭୟ ତହସିଲରେ ୩୦୦କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ୨୦୧୬ ମସିହାରେ ତତ୍କାଳୀନ ବିଜେଡି ନେତୃତ୍ବାଧୀନ ସରକାର ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି
ରେଳପଥ ପାଇଁ ନିଜେ ଜମି କିଣି କେନ୍ଦ୍ରକୁ ମାଗଣାରେ ଜମି ସାଙ୍ଗକୁ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିଲେ। ହେଲେ ବିଜେଡି ସରକାର ନିଜ ଶାସନ କାଳ ମଧ୍ୟରେ ଜମି କିଣି ଦେଇପାରିଲା
ନାହିଁ। ଅପରପକ୍ଷରେ ନୂତନ ସରକାର ଆସିବା ପରେ ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ତହସିଲଦାରମାନଙ୍କୁ ଜମି ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଦାୟିତ୍ଵ ଦେଇଛନ୍ତି। ଏହାପରେ ନବରଙ୍ଗପୁର ତହସିଲର ନବରଙ୍ଗପୁର ମୌଜାରେ ପବ୍ଲିକ ନୋଟିସ୍ ସହ ବ୍ୟକ୍ତିଗତ ନୋଟିସ୍ ଦିଆସରିଛି। ନନ୍ଦାହାଣ୍ଡି ତହସିଲରେ ପବ୍ଲିକ ନୋଟିସ୍ ହୋଇସାରିଛି। ଆପତ୍ତି ଅଭିଯୋଗ ପାଇଁ ଆଜି ଶେଷ ଦିବସ ରହିଥିଲା । ବ୍ୟକ୍ତିଗତ ନୋଟିସ୍ ଆସନ୍ତା ଦୁଇଦିନ ମଧ୍ୟରେ ଦିଆଯିବ ବୋଲି କହିଛନ୍ତି ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ୍ ପରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନନ୍ଦାହାଣ୍ଡି ଓ ନବରଙ୍ଗପୁର ତହସିଲଦାର, ରେଳବାଇର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଡାକି ତୁରନ୍ତ ଜମି ଜ ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ ନବରଙ୍ଗପୁର-ଜୁନାଗଡ଼ ପ୍ରକଳ୍ପ ବି ଆଗେଇ ପାରୁନି।



