District

ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବ।ରେ ସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଖର।ପ

ନରଙ୍ଗପୁର ଜିଲ୍ଲାରେ ସ୍ବାସ୍ଥ୍ୟ ସେବ।ରେ ସ୍ବାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଖରାପ ନରଙ୍ଗପୁର

ସିଡିଏମଓ, ୨୨୪ ଡାକ୍ତର ଓ ୪୭ ବିଶେଷଜ୍ଞ ପଦ ଖାଲି

ନବରଙ୍ଗପୁର, ୮/୨: ଜିଲ୍ଲା ଚିକିତ୍ସାଧିକାରୀ ସମେତ ଶତାଧିକ ଡାକ୍ତର ଓ ବିଶେଷଜ୍ଞ ପଦ ଖାଲି ପଡିଥିବାରୁ ଆଦିବାସୀ ଅଧ୍ୟଷିତ ନବରଙ୍ଗପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ନବରଙ୍ଗପୁର ଜିଲ୍ଲାରେ ୧୫ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି । ଡାକ୍ତର ପଦଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଗଣ୍ଡା ଗଣ୍ଡା କର୍ମଚାରୀ ପଦରେ ନିଯୁକ୍ତି ଦିଆଯାଉନଥିବାରୁ ଜିଲାରେ ସ୍ୱାସ୍ଥ୍ୟସେବା ସୁଦୂର ପରାହତ ହୋଇଛି।

ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡିପିଏଚଓ, ଡିଏମ, ଜିଲା ମୁଖ୍ୟ ଡାକ୍ତରଖାନା ଅକ୍ଷକ, ଏଡିପିଏଚଓ (ପରିବାର କଲ୍ୟାଣ) ଭଳି ଗୁରୁତ୍ବପୂର୍ଣ ପଦ ଖାଲି ପଡିଛି ।

ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଗୋଟିଏ ଉପଖଣ୍ଡ ଡାକ୍ତରଖାନା, ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୪୦ ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ମୋଟ ୩୯୫ ଡାକ୍ତର ପଦରୁ ରହିଛନ୍ତି ମାତ୍ର ୧୭୧ ଜଣ । ୬୮ ବିଶେଷଜ୍ଞ ଡାକ୍ତର ପଦରୁ ମାତ୍ର ୨୧ଜଣ ରହିଥ‌ିବା ବେଳେ ୧୦୩ ଏମବିବିଏସ ଡାକ୍ତରରୁ ମାତ୍ର ୫୮ ଜଣ ଅଛନ୍ତି । ଏଇଟିଆର ମେଡିକାଲ ଅଫିସର ୨୨୪ରୁ ୧୪୩ ଜଣ ରହିଥ‌ିବା ବେଳେ ୮୧ ପଦ ଖାଲି ପଡିଛି।

୫୬ ଜଣ ଡାକ୍ତର ପିଜି ପଢିବାକୁ ଛୁଟିରେ ଯାଇଛନ୍ତି। ୩ଜଣ ଦୀର୍ଘଦିନ ଧରି ବିନାନୁମତିରେ ରହିଛନ୍ତି ।

କେବଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୩ ବିଶେଷଜ୍ଞ ଡାକ୍ତର ମଧ୍ୟରୁ ମାତ୍ର ୧୩ ଜଣ ରହିଥ‌ିବା ବେଳେ ୧୦ ପଦ ଖାଲି ରହିଛି । ୧୭ ଏମବିବିଏସ

ଡାକ୍ତର ସ୍ଥାନରେ ମାତ୍ର ୨ଜଣ ଅଛନ୍ତି। ଏଲଟିଆର ମେଡିକାଲ ଅଫିସର ୪୭ ରୁ ୩୩ ଜଣ ରହିଛନ୍ତି। ମୋଟ ୮୭ ଡାକ୍ତର ପଦରୁ ୪୮ରହିଥ‌ିବା ବେଳେ

ଜମି ଚିହ୍ନଟରେ ସୀମିତ ମେଡ଼ିକାଲ କଲେଜ

ସେଥୁରୁ ୧୦ ଜଣ ପିଜି ପାଇଁ ଚାଲି ଯାଇଛନ୍ତି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨ ଔଷଧ ବିଶେଷଜ୍ଞ ପଦରୁ ଗୋଟିଏ ଖାଲି ରହିଥ‌ିବା ବେଳେ ୫ଟି ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ମଧ୍ୟରୁ ଗୋଟିଏ ଏବଂ ୨ଟି ଶିଶୁରୋଗ ବିଶେଷଜ୍ଞ ପଦ ଖାଲି ପଡିଛି । ୨ ସର୍ଜରୀ ବିଶେଷଜ୍ଞ ପଦରୁ ଜଣେ ମଧ୍ଯ ନାହାଁନ୍ତି । ୨ ଚକ୍ଷୁ ବିଶେଷଜ୍ଞରୁ ଗୋଟିଏ ଖାଲି ରହିଥ‌ିବା ବେଳେ ଅସ୍ଥିଶଲ୍ୟ ବିଶେଷଜ୍ଞ କେହି ନାହାଁନ୍ତି । ଚର୍ମ ରୋଗ, ଯକ୍ଷ୍ମା ଓ ଛାତିରୋଗ ଓ ମାନସିକ ରୋଗ ବିଶେଷଜ୍ଞ ପଦ ଖାଲି ରହିଛି ।

ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣ ବିଶେଷଜ୍ଞ ରହିବା ବାଧ୍ୟତାମୂଳକ ହୋ ଇଥ‌ିବା ବେଳେ କୋଷାଗୁମୁଡ଼ା, ହାଟଭରଣ୍ଡି, ନନ୍ଦାହାଣ୍ଡି, ପୂଜାରୀଗୁଡ଼ା ଓ ସାନମସିଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମଧ୍ୟ

ବିଶେଷଜ୍ଞ ନାହାନ୍ତି । ପାପଡ଼ାହାଣ୍ଡି, ଝରିଗାଁ, ଚନ୍ଦାହାଣ୍ଡି ଓ ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ଜଣେ ଲେଖାଏଁ ବିଶେଷଜ୍ଞ ରହିଛନ୍ତି । ସେହିପରି ୪୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଦୁଇଟି ପିପିପିରେ ଚାଲିଥିବା ବେଳେ ୩ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମଧ୍ଯ ଡାକ୍ତର ନାହାନ୍ତି । ପାରାମେଡିକାଲ ପଦ ଖାଲି ରହିଛି । ୪୦୧ ନସିଂ ଅଫିସର ପଦରୁ ୯୫ ଖାଲି ରହିଛି । ଲ୍ୟାବ ଟେକନିସିଆନ ୩୭ରୁ ୧୮ ଜଣ ଅଛନ୍ତି। ରେଡିଓଗ୍ରାଫର ୧୮ରୁ ୮ ଜଣ ଅଛନ୍ତି । ୫୨୦ ମହିଳା ସ୍ଵାସ୍ଥ୍ୟକର୍ମୀ ପଦରୁ ୪୧୨ଜଣ, ୪୭୩ ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦରୁ ମାତ୍ର ୧୩୮ ଜଣ ଅଛନ୍ତି। ସେହିପରି ୧୨୦ଜଣ ଫାର୍ମାସି ଅଫିସର ରହିବା ବଦଳେ ଅଛନ୍ତି ୬୪ ଜଣ । ୧୨୨ ମହିଳା ସ୍ବାସ୍ଥ୍ୟସେବିକାରୁ ମାତ୍ର ୧୬ ଜଣ ରହିଥ‌ିବା ବେଳେ ୧୦୪ ପୁରୁଷ ସ୍ୱାସ୍ଥ୍ୟସେବକଙ୍କ ମଧ୍ୟରୁ ମାତ୍ର ୨୧ ଜଣ ଅଛନ୍ତି ।

ଏହି ପଛୁଆ ଜିଲ୍ଲାରେ ଦୀର୍ଘବର୍ଷ ଧରି ଦୁଇଗୁଣରୁ ଅଧିକ ଡାକ୍ତର ପଦ ପୂରଣ ହୋଇପାରୁନଥିବାରୁ ଜିଲ୍ଲାର ଅଧିକାଂଶ ରୋଗୀ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ଛତିଶଗଡ଼ ରାଜ୍ୟର ରାୟପୁର ଉପରେ ନିର୍ଭର କରି ଶୋଷଣର ଶିକାର ହେଉଛନ୍ତି । ରାଜ୍ୟ ସରକାର ପକ୍ଷରୁ ବହୁ ପ୍ରତୀକ୍ଷିତ ନବରଙ୍ଗପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ହେଁ କୌଣସି ସରକାରୀ ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଜିଲ୍ଲା ପ୍ରଶାସନ ଏଥିପାଇଁ ପ୍ରାୟ ୧୨୦ ଏକର ଜମି ଚିହ୍ନଟ କରିଥିବା ଜଣାପଡିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button