District

ଜୀବିତ ୧୬ଜଣ ଶ୍ରମିକ ଙ୍କୂ ମୃତ ଦଶ।ଇ ସହାୟତା ରାଶି ହଡପ ଘଟଣ।

ଜୀବିତ ୧୬ ଶ୍ରମିକଙ୍କୁ ମୃତ ଦର୍ଶାଇ ସହାୟତା ରାଶି ହଡ଼ପ ଘଟଣା

ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଚଢ଼ଉ

ନବରଙ୍ଗପୁର,୬/୨: ନବରଙ୍ଗପୁର ଜିଲ୍ଲାରେ ଜୀବିତ ୧୬ ଶ୍ରମିକଙ୍କୁ ମୃତ ଦର୍ଶାଇ ୩୨ଲକ୍ଷ ୯୦ହଜାର ଟଙ୍କା ସହାୟତା ରାଶି ହଡ଼ପ ହୋଇଥିଲା। ଏହି ଘଟଣାରେ ଆଜି ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ଓ ଅନ୍ୟମାନଙ୍କୁ ଏନେଇ ପଚାରିବା ସହ ଫାଇଲ୍ ଗୁଡ଼ିକର ଯାଞ୍ଚ କରିଥିଲେ। ୨୦୨୩ ମସିହାରେ ତତ୍କାଳୀନ ଜିଲ୍ଲା ଶ୍ରମ ଅଧିକାରୀ ୧୬ ମୃତକଙ୍କୁ ସରକାରୀ ଯୋଜନାରେ ସହାୟତା ଦେବା ପାଇଁ ଆସିଥିବା ଆବେଦନକୁ ଜିଲ୍ଲାପ୍ରଶାସନ ଜରିଆରେ ଅନୁମୋଦିତ କରିଥିଲେ। ତେଣୁ ସେ ସହାୟତା ରାଶି ବିତରଣ କରିଥିଲେ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ସଫେଇ ଦେଇଥିଲେ। ଏହାର ପୁନଃ ଯାଞ୍ଚ

କରି ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ଶ୍ରୀ ଟୁଡୁ କହିଛନ୍ତି। ସୂଚନା ଥାଉକି, ୨୦୨୪ ଫେବ୍ରୁଆରି ମାସରେ ବଞ୍ଚିଥିବା

୧୬ ଜଣ ପୁରସତି ମାଝୀ, କୁସୁମା ଗୌଡ଼, ବଳଦେବ ଭତ୍ରା, ଭାସ୍କର ପୂଜାରୀ, ଦଶମୁ ତନ୍ତି,

ତାଲିମ୍ଫ ଚାଲାଣ, ଡାଳିମ୍ବ ମାଝୀ, ଦୁର୍ଜନ ଭତ୍ରା, ଦେବ ଗୌଡ଼, ହୀରାମଣି ହରିଜନ, କପୁରବତୀ ତନ୍ତ୍ର, ପୂଣ୍ଡି ଭତ୍ରା, ସେବତୀ ଭତରା, ସୁକୁରୁ

ଭତ୍ରା, ଟୁନୁ ଭତ୍ରାଙ୍କୁ ମୃତ ଦର୍ଶାଇ ସହାୟତା ଟଙ୍କା ହଡ଼ପ ତଥ୍ୟ ପଦାକୁ ଆସିଥିଲା।

ପରେ ମଣ୍ଡଳ ଶ୍ରମ ଆୟୁକ୍ତ କୁବର ବେହେରା ଜିଲ୍ଲାପ୍ରଶାସନକୁ କୌଣସି ହିତାଧିକାରୀଙ୍କ ଟଙ୍କା ପୌଠ କରାନଯାଉ ବୋଲି ଅନୁରୋଧ କରିଥିଲେ । ଏହାପରେ ତତ୍କାଳୀନ ଉପଜିଲ୍ଲାପାଳ ଦୁର୍ଯ୍ୟୋଦନ ଭୋଇ ସରଜମିନ ତଦନ୍ତ କରି ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କୁ ରିପୋର୍ଟ ଦେଇଥିଲେ । ସମସ୍ତ ଶ୍ରମିକମାନେ ବଞ୍ଚିଛନ୍ତି ଏବଂ ସେମାନଙ୍କୁ ମୃତ୍ୟୁ ଦର୍ଶାଇ ଟଙ୍କା ମଞ୍ଜୁର କରାଯାଇଛି । ଏହାକୁ ତୁରନ୍ତ ବନ୍ଦ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରିପୋର୍ଟ ଦେଇଥିଲେ। କିନ୍ତୁ ୨୦୨୪ ମସିହା ଅଗଷ୍ଟ ୮ତାରିଖରେ ଜିଲ୍ଲାପ୍ରଶାସନ ବଞ୍ଚିଥିବା ଶ୍ରମିକମାନଙ୍କୁ ମୃତ ଦେଖାଇ ଟଙ୍କା ପୈଠ କରିଥିବା ଅଭିଯୋଗ କରିଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏହାପରେ ଘଟଣା ପ୍ରଘଟ ହୋଇଥିଲା |

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button