District
ଚମକିବ ଗୁପ୍ତେଶ୍ବର ଶୈବପୀଠ
ଚମକିବ ଗୁପ୍ତେଶ୍ବର ଶୈବପୀଠ
ମିଳିଲା ୨୩.୯୩ କୋଟିର ଅନୁଦାନ

ବୈପାରିଗୁଡ଼।୫/୨: ବୈପାରିଗୁଡା ବ୍ଳକରେ ଥିବା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ଵର ଶୈବପୀଠର ସୌନ୍ଦର୍ଯ୍ୟକରଣ ସହ ଭିତ୍ତଭୂମିର ବିକାଶ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୩.୯୩ କୋଟିର ଅନୁଦାନ ମଞ୍ଜୁର ହୋଇଛି। ଶୈବପୀଠର ସୌନ୍ଦର୍ଯ୍ୟାକରଣ ଓ ଭିତ୍ତିଭୂମିର ବିକାଶ, ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ଆହୁରି ସୁନ୍ଦର କରିବା ସହ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ତଥା ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବାରେ ଏହି ଅନୁଦାନ ବେଶ୍ ସହାୟକ ହେବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୁପ୍ତେଶ୍ବର ଶୈବପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ୨୩ କୋଟି ୯୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗୁପ୍ତେଶ୍ବର ଶୈବପୀଠ ଦର୍ଶନ ନିମନ୍ତେ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି । ସେମାନଙ୍କ ସୁବିଧା ପାଇଁ କର।ଯ।ଇଛି ।



