District

ଚ ଉଦ ବର୍ଷ ବୟସ ରେ ପରିବ।ର ବୋଝ

ଚଉଦ ବର୍ଷ ବୟସରେ ପରିବାର ବୋଝ

ଅନାଥ ଭାଇ ଭଉଣୀଙ୍କୁ ନେଇ ଜୀବନ ବିତାଉଛି ସତ୍ୟବତୀ

ଭାଇ ଭଉଣୀଙ୍କ ଶିକ୍ଷା ପାଇଁ ନିଜେ ଛାଡ଼ିଦେଲେ ପାଠ ପଢ଼ା

ରାଜଘର ୦୫/୦୨/୨୦୨୬ : ବୟସ ମାତ୍ର ବଉଦ ବର୍ଷ । ସାଙ୍ଗ ସାଥୀଙ୍କ ସହ ଖେଳାଖେଳି ଓ ପାଠ ପତ୍ନୀ ଛାଡ଼ି ଏହି ବୟସରେ ସେ ନିଜର କୁନି କୁନି ଚାରି ଭାଇ ଭଉଣୀଙ୍କୁ ନେଇ ପରିବାରର ବୋଝ ବୋହି ଆସୁଛି ସତ୍ୟବତୀ ଗଣ୍ଠ ବର୍ଷକ ମଧ୍ୟରେ ବାପା ଓ ମାଁ ଚାଲିଯିବା ପରେ ଅନାଥ ପାଲଟି ପୂଦା ପରିବାରକୁ ସତ୍ୟବତୀ ନିଜ କାନ୍ଧରେ ବୋହି ଚାଲିଛି । ଫିଲ୍ମ ଠାରୁ ବି କାମ ନୁହେଁ ସତ୍ୟବତୀ ର ଏ କାହାଣୀ । ଦୁଇ ଭାଗ ଓ ଦୁଇ ଭଉଣୀଙ୍କ ପାଠ ପହା ଓ ପେଟ କୁ ଦାନା ଯୋଗାଡ଼ କରିବା ସକାଶେ ସତ୍ୟବତୀ ନିଜ ପାଠ ପଢାରେ ଡୋରି ବାନ୍ଧି ଦେଇଛନ୍ତି । ତଥାପି ସେ ହାରି ନାହାନ୍ତି । ଭାଲ ଭଉଣୀଙ୍କ ଭବିଷ୍ୟତ ସକାଶେ ସେ ବାପା ଭଳି ରୋଜଗର ଏବଂ ମା ଭଳି ସ୍ନେହ ଦେଇ ଲାଳନ ପାଳନ କରୁଛନ୍ତି । ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁମୁଡା ଗ୍ରାମର ସତ୍ୟବତାଙ୍କ ବାପା ସନୁ ଗଣ୍ଡ ପ୍ରାୟ ଏକ ବର୍ଷ ପୂର୍ବେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ। ପରେ ପରେ ଗତ ପ୍ରାୟ ଦୁଇ ମାସ ତଳେ

ମାଁ ଶ୍ୟାମବତୀ ଗଣ୍ଡ ମଧ୍ୟ ଅସୁସ୍ରତା କାରଣରୁ ମୂତ୍ୟୁବରଣ କରିଥିଲେ । ବାପା ଓ ମୁଁ ଙ୍କ ଦେହାନ୍ତ ପରେ ସତ୍ୟବତୀଙ୍କ ସହିତ ଦୁଇ ଭଉଣୀ ଓ ଦୁଇ ଭାଇ ସମସ୍ତେ ଅନାଥ ହୋଇଗଲେ । ବାପା ମାଁଙ୍କ ଶୁଦ୍ଧ କାର୍ଯ୍ୟ ସରିବା ପରେ ସମ୍ପର୍କୀୟ ମାନେ ନିଜ ନିଜ ଗ୍ରାମକୁ ଫେରିଗଲେ । କେହି ମଧ୍ୟ ଭାବିବେ ନାହିଁ ଏହି ପାଞ୍ଚ ଅନାଥ ଶିଶୁଙ୍କ କଥା। ଶେଷରେ ନବମ ଶ୍ରେଣୀ ପଢୁଥିବା ବଡ଼ ଭଉଣୀ ସତ୍ୟବତା ଇ ଉପରେ ପଡିଲା ପରିବାରର ବୋଲି। ସାନ ସାନ ଭାଇ

ଭଉଣୀଙ୍କ ପାଇଁ ଖାଇବା ଯୋଗାଡ଼ ନିମନ୍ତେ ଅଣ୍ଟା ଭିଡ଼ିଲେ ସତ୍ୟତା । ଦିନ ମଜୁରିଆ କାମ କରି ତହିଁରେ ଯାହା ରୋଜଗାର ମିଳିଲା ସେଥ୍ରେ ଡ।ଲି ଚାଉଳ କିଣି ନିଜେ ଭୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେଇ ଆସୁଛନ୍ତି । ନିଜର ପାଠ ପଢ଼ା ବନ୍ଦ କରି କୁନି କୂନି ଭାଇ ଭଉଣୀଙ୍କୁ ବିଦ୍ୟାଳୟକୁ ପଠାଇଛନ୍ତି । ବୟସ କମ ଦୃଷ୍ଟିରୁ ଯେତିକି ରୋଜଗାର କରି ଆଣୁଛି ତାହା ପାଞ୍ଚ ପ୍ରାଣୀ ଚଳିବା କଷ୍ଟକର ହେଉଛି । କେବେ କେବେ ଭୋଳରେ ଶୋଇବାକୁ ମଧ୍ୟ ପଡ଼ୁଛି ।

ସତ୍ୟବତୀଙ୍କ ଧର୍ଯ୍ୟ ଓ ସାହସକୁ ପ୍ରଶଂସା ଯୋଗ୍ୟ। ବାପା ମାଙ୍କ ମୁତ୍ୟୁ ପରେ ସେ କାଙ୍ଗି ନପତି ଭାଇ ଭଉଣୀଙ୍କ ଭବିଷ୍ୟତ ପାଇଁ ସଂଘର୍ଷ ଆରମ୍ଭ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀ ଏହି ଅନାଥ ପାଞ୍ଚ ଶିଶୁର ଭବିଷ୍ୟତ ସକ।ଶେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ପିଲା ମାନଙ୍କୁ ଆଶ୍ରମ ବିଦ୍ୟାଳୟ କିମ୍ବା ଅନାଥ ଆଶ୍ରମରେ ଥଇଥାନ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ହୋଇ ପାରିଲେ ପାଞ୍ଚ ଶିଶୁର ଭବିଷ୍ୟତ ଉଜ୍ଜଳ ହୋଇଥାନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ସମ୍ପର୍କରେ ସାମାଜିକ ପଢୁଆ ବର୍ଗ ତଥା ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହ ଯୋଗଯୋଗ କରିବାକୁ ସେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ସରକାର ପକ୍ଷରୁ ପାଞ୍ଚ ଜଣଙ୍କ ଥଇଥାନ ବ୍ୟବସ୍ଥା କଲେ ଉପକୃତ ହୋଇଆରେ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି। ଛୋଟ ବୟସରେ ସତ୍ୟବତୀଙ୍କ ସାହସିକ ପଦକ୍ଷେପ ଦେଶ ପ୍ରଶଂସନୀୟ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button