District

ଓଡିଶାରୁ ଖସିଲେ ଛତିଶଗଡ ରେ ଫସିଲେ

ଓଡ଼ିଶାରୁ ଖସିଲେ ଛତିଶଗଡ଼ରେ ଫସିଲେ

୧୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ମହିଳା ଗିରଫ

ରାଇଘର,୫/୨: ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ଛତିଶଗଡ଼ର ବୋରେଇ ଥାନା ପୁଲିସ ମଙ୍ଗଳବାର ରାତିରେ ଯାନବାହାନ ଯାଞ୍ଚ ସମୟରେ ରାୟପୁର ଯାଉଥିବା ଏକ ଯାତ୍ରୀବାହୀ ବସରୁ ଗଞ୍ଜେଇ ଭତ୍ତ ସୁଟକେସ୍ ଜବତ କରିବା ସହିତ ଦୁଇଜଣ ମହିଳାଙ୍କୁ ପୁଲିସ ଗିରଫ କରିଛନ୍ତି । ଗିରପ ଦୁହେଁ ମହିଳା ନବରଙ୍ଗପୁରର କମଳ ଚୌଧୁରୀ ଏବଂ ଫରିଦକୋଟ ରେଖାରାଣୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର କୁଦେଇ ଥାନା ଠାରୁ ତିନି କିଲୋମିଟର ଦୂରରେ ଥିବା ବୋରେଇ ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା

ପାଇବା ପରେ ଯାନବାହନ ଯାଞ୍ଚ ଆରମ୍ଭକରିଥିଲା | ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଓଡ଼ିଶାରୁ ରାୟପୁର ଯାଉଥିବା

ନରେଶ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା ପୁଲିସ ବସ୍ ଭିତରୁ ଗଞ୍ଜେଇ ଭତ୍ତ ସୁଟକେସ୍ ଜବତ କରିବା ସହିତ ଗଞ୍ଜେଇ

ଚାଲାଣ ଅଭିଯୋଗରେ ଉପରୋକ୍ତ ଦୁଇ ମହିଳାଙ୍କୁ ଗିରଫ କରିଥିଲା। ଜବତ ଗଞ୍ଜେଇ ପ୍ରାୟ ୩୬ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୮ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଜବତ ଗଞ୍ଜେଇ ମାଲକାନଗିରିରୁ ଚାଲାଣ କରୁଥିବା ପୁଲିସ ସୂଚନା ଦେଇଛି। ଧମତରୀ ଏସପି ସୂରଜ ସିଂହ ପରିହାରଙ୍କ ନିର୍ଦ୍ଦେଶ କ୍ରମେ ନଗରୀ ଏସଡିପିଓ ବିପିନ ରଙ୍ଗାରୀ ଓ ବୋରେଇ ଥାନା ଅଧିକାରୀ ଠାକୁର ନରେନ ସିଂ ଘଟଣାର ତଦନ୍ତ କରୁଛନ୍ତି ପ୍ରାଥମିକ ତଦନ୍ତରୁ ଗିରଫ ମହିଳାମାନେ କୋରିଅର୍ ଭାବେ କାମ କରୁଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button