District

ରେଳପଥ ପ।ଇ ମୁନ। ଖାନ୍ନାଙ୍କ ଚେତାବନୀ

ରେଳପଥ ପାଇଁ ମୁନା ଖାନ୍ଙ୍କ ଚେତାବନୀ

କାମ ସାର ନଚେତ ଓଡ଼ିଶାରେ ପୂରାଇ ଦେବୁନି

ନବରଙ୍ଗପୁର,୪/୨: ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳପଥ ୧୦ବର୍ଷ ତଳେ ଘୋଷଣା ହୋଇଥିଲା। ଏଯାଏ ଇଞ୍ଜେ ଜମି ଅଧିଗ୍ରହଣ ହୋଇନି। କାମ ତୁରନ୍ତ ସାର, ନଚେତ ଓଡ଼ିଶାରେ ପୂରାଇ ଦେବୁନି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସଂସଦରେ ଏମିତି ଖୋଲା ଚେତାବନୀ ଦେଇଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍ ବିଜେପି ନୁହଁ ବିଜେଡି ହିଁ ଅଶ୍ବିନୀ ବୈଷ୍ଣବଙ୍କୁ ଦୁଇ ଥର ଓଡ଼ିଶାରୁ ରାଜ୍ୟସଭାକୁ ପଠାଇଛି ବୋଲି ଶ୍ରୀ ଖାନ କହିଛନ୍ତି ।

୨୦୧୬ ମସିହାରେ ତତ୍କାଳୀନ ସମୟରେ ଜୟପୁର-ମାଲକାନଗିରି ମୁଖ୍ୟମନ୍ତ୍ରୀ ନବୀନ ପ‌ପଟ୍ଟନାୟକଙ୍କ ଜୟପୁର-ନବରଙ୍ଗପୁର, ରେଳପଥ ପାଇଁ ମଞୟୁ କରି କେନ୍ଦ୍ର ସରକାର ବିଜେଡି ବିଜ୍ଞପ୍ତି ପ୍ରକାଶ କରିଥିଲେ। ତତ୍କାଳୀନ ବିଜେଡି ସରକାର ନିଜେ ଜମି କିଣି କେନ୍ଦ୍ରକୁ ମାଗଣା ଜମି ସାଙ୍ଗକୁ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିଲେ। ମାଲକାନଗିରି ପ୍ରକଳ୍ପ ପାଇଁ ୨୫ପ୍ରତିଶତ ବହନ କରିବେ ବୋଲି ସହମତି ଦେଇଥିଲେ । କିନ୍ତୁ ଏଯାଏ । ଜମି ଅଧିଗ୍ରହଣ ହୋଇପାରିନି। ରେଳଯାତ୍ରାରୁ ବଞ୍ଚିତ ରହିଛନ୍ତି ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାବାସୀ । ବାରମ୍ବାର ବିଜେଡି ସାଂସଦଙ୍କ ଦାବି ସତ୍ତ୍ବେ କେନ୍ଦ୍ର ସରକାର ନଶୁଣିବା ଚକିତ କରୁଛି ବୋଲି ଶ୍ରୀ ଖାନ୍ ସଂସଦରେ କହିଛନ୍ତି ।

ଅନ୍ୟପଟେ ସାଂସଦଙ୍କ ଚେତାବନୀର ଜବାବ ଦେଇଛନ୍ତି ବିଧାୟକ ଗୌରୀ ଶଙ୍କର ମାଝୀ। ଏତେ ବର୍ଷ ଧରି ନବରଙ୍ଗପୁର ରାଜ୍ୟସଭା ସାଂସଦ ରହିଥିଲା ବେଳେ ମୁନା ଖାନ କେବେ ସ୍ବର ଉଠାଇ ନଥିଲେ। କାର୍ଯ୍ୟକାଳ ସରିଲା ବେଳକୁ ଏସବୁ ଦେଖାଗଲା। ଡବଲ୍ ସହକାର ମୀଶିକ କାମ ସଂପୂର୍ଣ୍ଣ କରିବ ବୋଲି ବିଧାୟକ କହିଛନ୍ତି । ସେହିପରି ୨୦୧୭ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ସରକାର ଆଦୌ ଜମି ଅଧିଗ୍ରହଣ କରିନଥିଲେ। ବିଜେପି ସରକାରକୁ ଆସିବା ପରେ କାମ ଅଧିଗ୍ରହଣ କରାଯିବ। ଏପ୍ରିଲ ମାସରେ ରେଳ ବିଭାଗକୁ ଜମି ହସ୍ତାନ୍ତର କରାଯିବ।

ଯିବ ବୋଲି ସାଂସଦ ଇଂ. ବଳଭଦ୍ର ମାଝୀ କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button