District

ଡ।ବୁଗଁ। ଗସ୍ତ ରେ ଗଣଶିକ୍ଷ। ମନ୍ତ୍ରୀ

ଡାବୁଗାଁ ଗ୍ରସ୍ତରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର ୪/୨ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିରକୁ ଗସ୍ତ କରିଛନ୍ତି। ମନ୍ତ୍ରୀ ମହୋଦୟ ବିଦ୍ୟାଳୟ ପରିସରରେ ପହଞ୍ଚି ଶିକ୍ଷାର ଗୁଣମାନ, ପାଠପଢ଼ା ପରିବେଶ ଏବଂ ଶିକ୍ଷକ-ଶିକ୍ଷାର୍ଥୀଙ୍କ ସ‌ହ ଆଲୋଚନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶିଶୁମାନଙ୍କୁ ଶିକ୍ଷା ସହିତ ସଂସ୍କାର, ଶୃଙ୍ଖଳା ଓ ନୀତିମୂଲ୍ୟର ଗୁରୁତ୍ବ ବିଷୟରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ଭଲ ଶିକ୍ଷା ମାଧ୍ୟମରେ ଶିଶୁମାନେ ଦେଶର ଭବିଷ୍ୟତ ଗଢ଼ିପାରିବେ । ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଏହି ଗସ୍ତ ସମୟରେ ବିଡିଓ ସମୀର ପାତ୍ର, ତହସିଲଦାର ଗୀତା ମୁର୍ମୁ, ଶିକ୍ଷାଧୂକାରୀ ରଶ୍ମିତା ନେତମ, ଡାବୁଗାଁ ବ୍ଲକ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ବିଜେପି ଜିଲ୍ଲା ସମ୍ପାଦକ ଜେ ରାଜ ଶେଖର ରାଓ, ମହେଶ ପାତ୍ର ସହ ଅନେକ ଜନପ୍ରତିନିଧୂ, ଅଭିଭାବକ ମାନେ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଦରୀ, ଗୁରୁମା ଗୁରୁଜୀ ସ‌ହ ଛାତ୍ର ଛାତ୍ରୀମାନେ ଉପସ୍ଥିତି ଥୂଲେ। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button