ବେଡି ବଦ୍ଧ। ଜୀବନ ବିତ।ଉଛି ସ।ତ ବର୍ଷ ର ଶିଶୁ କନ୍ଯା
ବେଡ଼ି ବନ୍ଧା ଜୀବନ ବିତାଉଛି ସାତ ବର୍ଷର ଶିଶୁ କନ୍ୟା
ମାନସିକ ଚିକିତ୍ସା ନିମନ୍ତେ ଦାବୀ

ରାଇଘର ୩/୨
ସ।ତ ବର୍ଷ ବୟସର ଏକ କନ୍ୟା ଗୋଡ଼ରେ ପଢିଛି ବେଡି । ବେର୍ଡି ବନ୍ଧାରେ ଶୈଶବ ଜୀବନ ବିଡିଆସୁଥିବା ଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଧୋତ୍ରାସିମୋଡ଼ା ଗ୍ରାମରେ। ଉକ୍ତ ଗ୍ରାମର ଦେଓଳି ଗଣ୍ଡ ଙ୍କ ସାତ ବର୍ଷର ଝିଅ ମୁକେଶ୍ଵରୀ ଗଳ୍ପ । ପିଲାଟି ବେଳୁ ମାନସିକ ରୋଗାଗ୍ରସ୍ତ ଯୋଗୁଁ ପରିବାର ଲୋକେ ତାକୁ ଦେଢ଼ି ବାନ୍ଧି ରଖୁଥିବା ବେଳେ ତାର ଚିକତ୍ସା ନିମନ୍ତେ ସରକାରଙ୍କ ନିକଟରେ ନେହୁରା ହୋଇଛନ୍ତି । ସୂଚନା ଅନୁଯାଇ କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ଲୋକଙ୍କପାଇଁ ମାଳ ମାଳ ଯୋଜନା ହୋଇଛି । କିନ୍ତୁ ଉପାନ୍ତ ଜିଲ୍ଲାର ସୀମାନ୍ତ ଗ୍ରାମରେ ମାନସିକ ରୋଗାକ୍ରାନ୍ତ ପିଲାଟି ସହିତ ହନ୍ତସନ୍ତ ହେଉଥିବା ବାପା ମାଁ ଙ୍କ କଥା ବୁଝିବାକୁ କେହି ନାହାନ୍ତି । ଧୋଡ୍ରାସିମୋଡ଼ା ଗ୍ରାମର ଦେଓଡି ଗଣ୍ଡ ଓ ଲଳିତା ଗଳ୍ପ ଙ୍କ ଝିଅ ମୁକେଶ୍ଵରୀର ବୟସ ଦୁଇବର୍ଷ ହୋଇଥିବା ବେଳେ ତାର ମସ୍ତିଷ୍କ
ରେ ଉନ୍ନତି ଦେଖା ଯାଇ ନଥୁଲା ପିଲା ବେଳେ ଘରୁ ବାହାରି ଏଣେତେଣେ ଚାଲି ଯାଉଥିବାରୁ ତାକୁ ଶେଷରେ ବାଧ୍ୟ ହୋଇ ପରିବାର ଲୋକଙ୍କୁ ବେଡ଼ି ବାନ୍ଧିବାକୁ ପଡିଥିଲା । ଦୀର୍ଘ ୫ ବର୍ଷ ଧରି ମୁକେଶ୍ଵରୀ ଗୋଡ଼ବନ୍ଧା ହୋଇ ବାରଣ୍ଡାରେ ପଡି ରହୁଛି । ଝିଅଟିକୁ ଭଲ କରିବାକୁ ପ୍ରଥମେ ହାଟଭରଣ୍ଡା, ଉମରକୋଟ, ନବରଙ୍ଗପୁର ଓ କୋରାପୁଟ ଚିକିତ୍ସା ପାଇଁ

ନେଇଥିଲେ । କିନ୍ତୁ ସେଠାରେ କିଛି ଔଷଧ ଦେଇ ଘରକୁ ପଠେଇ ଦେଇଥିଲେ । ସେହି ଦିନଠାରୁ ପରିବାର ଲୋକେ ମୁକେଶ୍ଵରୀ ର ଚିକିତ୍ସା କୁ ନେଇ ହାର ମାନିଥିଲେ । ବର୍ତମାନ ଝିଅର ମାନସିକ ବିକାରରେ କୌଣସି ପରିବର୍ତ୍ତନ ହେଉନାହିଁ । ବାପା ଓ ମାଁ ଙ୍କ କହିବା ଅନୁଯାଇ ମାନସିକ ବିକୃତ ଯୋଗୁଁ ମୁକେଶ୍ଵରୀ ଘରୁ ବାହାରି ଏଣେ ତେଣେ ପଳେଇ ଯାଇଛି ।
ସ।ହି ପଡିଶା ଲୋକଙ୍କ ପିଲାଙ୍କୁ ମାର ଧର କରିବ ଭାବି ୫ ବର୍ଷ ହେଲାଣି ତାର ଗୋଡ଼ରେ ଦଉଡି ବାନ୍ଧି ରଖୁଛୁ। ପ୍ରତିଦିନ ମୁକେଶ୍ଵରୀ ର ନିତ୍ୟକର୍ମ ସରିବ ପରେ ଖାଇବାକୁ ଦେଇ ବାରଣ୍ଡାରେ ବାନ୍ଧି କୁଲି ମନ୍ତ୍ରୀ କରିବାକୁ ଯାଉଛୁ ବୋଲି ବାପା ପ୍ରକାଶ କରିଛନ୍ତି । ସୂଚନା ଆଉକି ଦେଓଳି ଙ୍କ ପରିବାର କହିଲେ ୭ଜଣ ପ୍ରାଣୀ ଏବଂ ସେମାନଙ୍କ ମଧ୍ୟରୁ ମୁକେଶ୍ଵରୀ ହେଉଛି ଚାରି ନମ୍ବର ଝିଅ । ଜମିବାଡ଼ କହିଲେ ସେମିତି ବିଶେଷ କିଛି ନାହିଁ। ତେଣୁ ଜୁଲି ମଜୁରୀ କରି ପରିବାର ପୋଷଣ କରୁଛନ୍ତି ଦେଓଳି । ରୋଗୀଣା ପିଲାଟିର ଜ।ବତୀୟ ଖର୍ଚ୍ଚ ସହ ଅନ୍ୟ ପିଲାଙ୍କ ପାଠ ପଢାରେ ନିଅଣ୍ଟ ପଡ଼ୁଛି । ତେଣୁ ସରକାର ବା ପ୍ରଶାସନ ଯଦି ଉନ୍ନତ ମାନର ଚିକିତ୍ସା କରାଇ ଦେଲେ ତାହେଲେ ମୁକେଶ୍ଵରୀ ଭଲ ହୁଅନ୍ତା ବୋଲି ବାପା ମା ଆଶା ରଖୁଛନ୍ତି । ଏ ନେଇ ସ୍ଥାନୀୟ ବିଡିଓ ରିତ୍ର ସିଂ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଯଥା ଶୀଘ୍ର ତାକୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ।



