District

କୂର୍ମାକୋଟ ଠ।ରୁ ଟଭ।ପବର ନିର୍ମାଣ ଧିନ ନିମ୍ନମାନର ଅଭିଯୋଗ

କୂର୍ମାକୋଟ ଠାରୁ ଟଭାପବର ର୍ନିମାଣାଧୀନ ରାସ୍ତା ନିମ୍ନମାନର ଅଭିଯୋଗ

ତେନ୍ତୁଳି ଖୁଣ୍ଟି,୩/୦୨–ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଫିସ କଡ଼

ଦେଇ କୂର୍ମାକୋଟ ଠାରୁ ଟଭାପଦର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ର୍ନିମାଣାଧୀନ ଦୀର୍ଘ ୫କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ରାସ୍ତା ର୍ନିମାଣ ରେ ବ୍ୟବହୃତ ସାମଗ୍ରୀ ର ଭାଗମାପ ଠିକ ନଥିବା ସହ ଉପଯୁକ୍ତ ପରିମାଣରେ ପାଣି ବ୍ୟବହାର ନ କରି ରୋଲିଂ କରାଯାଉଛି ।ଯ ଦ୍ଵାରା ରାସ୍ତା ର ସ୍ଥାଇତ୍ୱକୁ ନେଇ ପ୍ରଶ୍ନ ଉଠିଛି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ଅବଗତ କରାଇଛନ୍ତି ସ୍ଥାନୀୟ ବାସିନ୍ଦା । ସମ୍ପୃକ୍ତ ଠିକାଦାର ଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବା ଜଣାପଡିଛି । ଏଭଳି ସ୍ଥିତିରେ ରାସ୍ତା ର୍ନିମାଣ ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ୫କିଲୋମିଟର ରାସ୍ତା ନିମାଣ କାର୍ଯ୍ୟାଦେଶ ପାଇଥିବା ସମ୍ପୃକ୍ତ ଠିକାଦାରଙ୍କ ଅଶ୍ୟକୀୟ ଯନ୍ତ୍ରପାତି ନଥିବା ବେଳେ କେବଳ ଜଣେ ମାତ୍ର ସୁପରଭାଇଜର ଏବଂ ଆଦିବାସୀ ଅଞ୍ଚଳ ର କିଛି ମହିଳା ଶ୍ରମିକଙ୍କ ସହ ନାବାଳିକା ଶ୍ରମିକ ଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି । ଏଥିପ୍ରତି ସମ୍ପୃକ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ରାଜେଶ ସରେନ୍ ଙ୍କୁ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ଜଣାଇ କାର୍ଯ୍ୟ ର ତଦାରଖ କରିବେ ବୋଲି କହିଛନ୍ତି । ପ୍ରଶାସନ ଏହି ରାସ୍ତା ର୍ନିମାଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏହି ରାସ୍ତାରେ ଥ‌ିବା ପର୍ଯ୍ୟଟନ ସ୍ଥଳୀ ଘୁମର ସ୍ଥିତ ଶୈବପୀଠରେ ଆସନ୍ତା ମହାଶିବରାତ୍ରି ରେ ପ୍ରବଳ ଜନ ସମାଗମ ରେ ବାଧା ସୃଷ୍ଟି ନହେବାକୁ ରାସ୍ତା କାର୍ଯ୍ୟ ଉନ୍ନତ ମାନର କରି ଶୀଘ୍ର ସାରିବାକୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button