ବେଆଇନ ବ।ଲି ଚାଲାଣ ୧୮ ହାଇୱେ ଓ ଗୋଟିଏ ଜେସିବି ଜବତ
ବେଆଇନ୍ ବାଲି ଚାଲାଣ ୧୮ ହାଇୱା ଓ ଗୋଟିଏ ଜେସିବି ଜବତ
ନବରଙ୍ଗପୁର,,୩/୨
: ନବରଙ୍ଗପୁର ଜିଲ୍ଲାର ଇଦ୍ରାବତୀ ଓ ଭାସ୍କେଲ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି ବଡ଼ଗୁମୁଡ଼ା ନିକଟ ଭାସ୍କେଲ ନଦୀର ଅଣଲିଜ୍ ବାଲି ସଇରାତରୁ ବାଲି ଚୋରା ଚାଲାଣ ସମ୍ପର୍କରେ ସୂଚନା ମିଳିଥିଲା। ପ୍ରତିଦିନ ନଦୀରୁ ବାଲି ଉଠାଇ ବଡ଼ ବଡ଼ ହାଇୱାରେ କୋରାପୁଟ, ଛତିଶଗଡ଼ ଆଦି ଅଞ୍ଚଳକୁ ଚାଲାଣ ହେଉଛି। ଏହାପରେ ନବରଙ୍ଗପୁରର କନିଷ୍ଟ ଖଣି ଅଧିକାରୀ ସୁଧିର କୁମାର ପ୍ରଧାନ, ସୌମ୍ୟରଞ୍ଜନ ସାହୁ, କୋଡ଼ିଙ୍ଗା ତହସିଲଦାର ତୁଳା ମୁଦୁଲି, ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ, କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ ଶବର, କୋଷାଗୁମୁଡ଼ା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ, ଏଏସଆଇ ହିମିଲଟନ୍ ମାଝୀ ପ୍ରମୁଖ ଚଢ଼ଉ କରିଥିଲେ ଘଟଣାସ୍ଥଳରୁ ୧୮ଟି ହାଇୱା ଓ ଗୋଟିଏ ଜେସିବି ଜବତ କରିଛନ୍ତି । ୩ଟି ବାଲି ଭର୍ତ୍ତି ହାଇୱାକୁ କୋଡ଼ିଙ୍ଗା ଥାନାରେ ଆଣି ରଖାଯାଇଛି। ଅନ୍ୟ ଗାଡ଼ି ଗୁଡ଼ିକୁ ବାଲି ଘାଟରେ
ଜବତ କରି ରଖାଯାଇଥିବା ଖଣି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ନଦୀ ଓ ନାଳ ସହ କୋଷାଗୁମୁଡ଼ା ବ୍ଳକର ଭାସ୍କେଲ ନଦୀରୁ ଅଣଲିଜ ଅଞ୍ଚଳରୁ ବାଲି ମାଫିଆମାନେ ବେଧଡ଼କ ବାଲି
ଚୋରାଚାଲାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଆଗକୁ ମଧ୍ୟ ଏହିଭଳି ଚଢ଼ଉ ଜାରି ରହିବ ବୋଲି ମଧ୍ୟ ସୂଚନା ମିଳିଛି। ତେବେ ଜିଲ୍ଲାର ପ୍ରମୁଖ ଦୁଇ ନଦୀ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରୁ ବାଲି ଚୋରା ଚାଲାଣ ହେବା ଦ୍ବାରା ନଦୀ ଗୁଡ଼ିକ ମୁଖିବାରେ ଲାଗିଛି ।



