ଗଞ୍ଜେଇ ଚାଷ ଉପରେ ଚଡ।ଉ କଲେ ପୋଲିସ ଓ ଅବକ।ରୀ ବିଭ।ଗ
ଗଞ୍ଜେଇ ଚାଷ ଉପରେ ଚଢାଉ କଲେ ପୋଲିସ ଓ ଅବକାରୀ ବିଭାଗ
ବୈପାରିଗୁଡ଼ା ୦୩/୦୨ ବୈପାରିଗୁଡ଼ା ଅଞ୍ଚଳରେ ଗ୍ରୀନ କ୍ଲିନ ଅପରେସନ ଜରିଆରେ ବେଆଇନ ଭାବରେ ଲଗାଯାଇଥିବା ଗଞ୍ଜେଇ ଚାଷ ଉପରେ ପୁଣି ଚଡ଼ାଉ କରିଛି ବୈପାରିଗୁଡ଼ା ପୋଲିସ । ବୈପାରିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପୋଲିସ ମିଳିତରେ ଆଜି ୩୮ ଏକର ଗଞ୍ଜେଇ ଚାଷକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନସ୍ଥ
ଜି. ମାଝୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟିପଡ଼ା ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ କରିଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ବୈପାରିଗୁଡ଼ା ଥାନା ଅଧିକାରୀ ଡମ୍ବରୁଧର ବାତ୍ରିଆଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ସହ ଅବକାରୀ ବିଭାଗୀୟ ଟିମ ମିଳିତ ବାହାରି ଗଞ୍ଜେଇ ଚାଷ କରାଯାଇଥିବା ସ୍ଥାନରେ ପହଞ୍ଚି ୩୮ ଏକରରେ ଲଗେଇ ଥିବା ଗଞ୍ଜେଇ ଚାଷ ଉପରେ ଚଢାଉ କରିବା ସହ ଗଞ୍ଜେଇ ଗଛ ଗୁଡ଼ିକ କାଟି ପୋଡ଼ି ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳଛି



