District

ଟେଣ୍ଡର ରେ ଭ।ଗ ନେଲେନି ଠିକାଦାର

ଟେଣ୍ଡରରେ ଭାଗ ନେଲେନି ଠିକାଦାର

ସଂଶୟରେ ରାସ୍ତା ନିର୍ମାଣ ଓ ଜଳାଶୟ ପୁନରୁଦ୍ଧାର

ନବରଙ୍ଗପୁର, ୨/୨ : ନବରଙ୍ଗପୁର ପୌରପାଳିକା ପକ୍ଷରୁ ସହରରେ ତିନୋଟି ରାସ୍ତା ନିର୍ମାଣ ଓ ଗୋଟିଏ ଜଳାଶୟର ପୁନରୁଦ୍ଧାର ପାଇଁ କୋଟିଏ ୩୭ଲକ୍ଷ ବ୍ୟୟବରାଦ କରାଯାଇଛି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଜଣେ ବି ଠିକାଦାର ଟେଣ୍ଡରରେ ଭାଗ ନେଇନଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କଣ୍ଠ କହିଛନ୍ତି। ସୂଚନା ଅନୁସାରେ, ସହରର ଜନଗହଳିପୂର୍ଣ୍ଣ ରାସ୍ତା ମୀରା ଅଟୋ ଛକରୁ ଦଶହରାପଦା ରାସ୍ତାର ପୁନରୁଦ୍ଧାର ଓ ପ୍ରଶସ୍ତୀକରଣ ପାଇଁ ୫୬ଲକ୍ଷର ଟେଣ୍ଡର ଆହ୍ବାନ କରାଯାଇଥିଲା। ସେହିପରି ଗୋରାମୁଣ୍ଡା ପୋଖରୀର ସିନେମା ହଲ୍ ଛକରୁ ସାପ୍ତାହିକ ହାଟ (ପେରଣ୍ଟସ୍ ପ୍ରାଇଡ୍ ସ୍କୁଲ) ରାସ୍ତା ପାଇଁ ୨୮ଲକ୍ଷର ଟେଣ୍ଡର ଆହ୍ବାନ କରାଯାଇଥିଲା। କେଜେ ରାଓଙ୍କ ଘର ଠାରୁ ଆଗକୁ ଯାଇଥିବା ସିମେଣ୍ଟ କଂକ୍ରିଟ୍ (ଏମସିସିଆରଏଫ୍) ରୋଡରେ ପିଚୁ ଢଳେଇ କାମ ପାଇଁ ୨୦ଲକ୍ଷର ଟେଣ୍ଡର ହୋଇଥିଲା। ଏଥିରେ ବି କେହି ଭାଗ ନେଇନାହନ୍ତି । ଏହି ରାସ୍ତା ଗତ ୨୦୦୭-୦୮ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା ଏହାପର ଠାରୁ ରକ୍ଷଣାବେକ୍ଷଣ କିମ୍ବା ମରାମତି ହୋଇ ନଥିଲା। ସେହିପରି ଜିଲ୍ଲା ଜଳ ବିଭାଜିକା କାର୍ଯ୍ୟାଳୟ ପାର୍ଶ୍ଵରେ ଥିବା ଜଳାଶୟକୁ ୩୩ଲକ୍ଷରେ

ପୁନରୁଦ୍ଧାର କରିବାକୁ ବିଡିଂ କରାଯାଇଥିଲା। ଏଥିପାଇଁ ମଧ୍ୟ କେହି ଠିକାଦାର ବିଡିଂ ପକାଇ ନାହାନ୍ତି| ନୂଆ ସରକାର ଆସିବା ପରେ ଠିକାଦାରମାନେ ବିଭିଂ କରିବା ସମୟରେ ବିଭିନ୍ନ କାଗଜପତ୍ର ସହ ନିଜ ନିକଟରେ ଥିବା ଯନ୍ତ୍ରାଂଶର କାଗଜପତ୍ର ସହ ଫଟୋ ଅପଲୋଡ୍ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ତେବେ ଅଧିକାଂଶ ଠିକାଦାର ଭଡ଼ାରେ ବୈଷୟିକ ଯନ୍ତ୍ରାଂଶ

ଆଣି କାମ କରୁଛନ୍ତି । ଜଣେ ଦାଖଲ କରିଥିବା କାଗଜପତ୍ର ଅନ୍ୟ ଜଣେ ଦାଖଲ କଲେ ଦୁଇଜଣଙ୍କ ବିଡିଂ ନାକଚ ହେବା ଏଭଳି ବାରମ୍ବାର କଲେ ଠିକାଦାର ବ୍ଲାକ୍ ଲିଷ୍ଟେଡ୍ ହେବାର ସମ୍ଭାବନା ରହିଛି କିଛି ଠିକାଦାର କହିଛନ୍ତି । ପୁଣି ଥରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ କର୍ଣ୍ଣ କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button