ମାଙ୍କଡ଼। ପଥର ଖଣି ମ।ଫି ଆ ଙ୍କ ନଜରରେ ଓଡଗଁ। ଥ।ନ। ଗରିକ ହେ ଉଛି
ମାଙ୍କଡ଼ା ପଥର ଖଣି ମାଫିଆଙ୍କ ନଜରରେ ଓଡ଼ଗାଁ ଥାନା ଗରିକ ହୋଉଛି

ଓଡ଼ଗାଁ୦୨/୦୨ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ଭଗବତୀ ପ୍ରସାଦ ମାଙ୍କଡ଼ା ପଥର ଖଣିରୁ ପ୍ରତି ରାତିରେ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ଏବଂ ହଜାର ହଜାର ସଂଖ୍ୟାରେ ଚାଲାଣ ହେଉଥିବା ବେଳେ ଏଥିପ୍ରତି ଖଣି ବିଭାଗ ଆଖ୍ ବୁଜି ଦେଇଥ୍ ବ ଅଭି ଯୋଗ ହୋଇଛି। ସୀମାରେ ସୁରକ୍ଷା ବାହିନୀ ଯେପରି ମୁତୟନ ଥାନ୍ତି, ଠିକ୍ ସେହିପରି ମାଙ୍କଡ଼ା ପଥର ମାଫିଆଙ୍କ ଦ୍ବାରା ନିଯୁକ୍ତ ଲୋକମାନେ ଓଡ଼ଗାଁ ଥାନାକୁ ନଜରରେ ରଖୁବା ସହିତ ଏଠାରୁ ୧୨ କି ଲୋମିଟର ଦୂର ପଥରଖଣି ପର୍ଯ୍ୟନ୍ତ ଗୋଡିପଲ୍ଲୀ, ପଥରା, କୋମଣ୍ଡ, ରୋହିବାଙ୍କ, ବାଘୁଆଛକ ଏହିପରି ଖଣି ଚତୁଃପାର୍ଶ୍ଵରେ ଜଗି ରହିଥାନ୍ତି | ଏହି ଲୋକମାନେ ଏଥିପାଇଁ ବହୁ ମୂଲ୍ୟ ପାଇଥାନ୍ତି ।ପ୍ରଶାସନ କିତ୍ସା ଅନ୍ୟ କେହି ସେମାନଙ୍କ ସୁରକ୍ଷା ବଳୟକୁ ଭେଦ କଲେ ଖଣିରେ ପହଁଞ୍ଚୁବା ପୂର୍ବରୁ କିଛିକ୍ଷଣ ମଧ୍ୟରେ ପଥରକଟା ମେସିନ୍, ମାଙ୍କଡ଼ା ପଥର ପରିବହନ ନିମନ୍ତେ ଥିବା ଟ୍ରକ, ଟ୍ରାକ୍ଟର, ମିନିଟ୍ରକ, ଜେସିବି ସହିତ ସମସ୍ତ ଚାଳକ ଓ ଶ୍ରମିକ ମାନେ କେଉଁଆଡ଼େ ଉଭାନ ହୋଇଯାନ୍ତି I ଏବେ କିଛିଦିନ ହେଲା ରାତିରେ ହଜାର ହଜାର ସଂଖ୍ୟାରେ ପଥର ଚାଲାଣ ହେଉଥିବା ବେଳେ ଗାଁଗଣ୍ଡା ସହର ବଜାର ବିଭିନ୍ନ ସ୍ଥାନ ମାନଙ୍କରେ ପଥର ପଡ଼ିଥିବାର ଦେଖୁବାକୁ ମିଳୁଛି । ଅନ୍ୟ ପକ୍ଷରେ ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ଚାଲାଣ ହେଉଛି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଖଣି ବିଭାଗ ରାତି ଅଧୁଆ ଆସି ବୁଲି ଯାଇଛନ୍ତି। ହେଲେ କିଛି
ହାତୀଏ ଚାଲାଣ ପଥର
ପାଇନାହାନ୍ତି କାରଣ ସେମାନେ ଖଣିରେ ପହଞ୍ଚୁବା ପୂର୍ବରୁ ଆସିବାର ଖବର ପହଞ୍ଚୁଗଲେ ସବୁ ସଫା ।ଏହି ପଥର ଖଣିକୁ ନେଇ ଅତୀତରେ ଉପୁଜୁଥିବା ବିବାଦ
ଯୋଗୁଁ ଅନେକଙ୍କୁ ଜୀବନ ହରେଇବାକୁ ପଡ଼ିଛି। ଅନେକେ ଜୀବନ ହାରୁ ହାରୁ ପୁନର୍ଜନ୍ମ ପାଇଛନ୍ତି । ଏହି ଖଣି ପାଇଁ ପୂର୍ବେ ପ୍ରଶାସନକୁ ନିନ୍ଦା ଅପନିନ୍ଦା ଶୁଣିବାକୁ ପଡିଛି।ଅନେକ ନେତା ରାଜନେତା ଏନେଇ ଅପଦସ୍ତ ହୋଇଛନ୍ତି। ଏନେଇ ଓଡ଼ଗାଁ ଥାନାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୨୫ ରୁ ୩୦ ମାମଲା ରୁଜୁ ହୋଇଛି I ତଥାପି ମାଫିଆ ମାନେ ପ୍ରଶାସନକୁ ଚାଲେଞ୍ଜ କରି ସେମାନଙ୍କ ସାମ୍ରାଜ୍ୟକୁ ବିସ୍ତାରିତ କରି ଗୋପନରେ କିତ୍ସା ପ୍ରଶାସନର ନୀରବ ସମର୍ଥନରେ ଖଣିରୁ ପ୍ରତିଦିନ ପଥର ଲୁଟ୍ ଚାଲିଛି |ପ୍ରକୃତିର ପ୍ରାକୃତିକତାରେ ବୈଷମ୍ୟ ସୃଷ୍ଟି ହେବାରେ ଲାଗିଛି।ଖଣି ବିଭାଗ ଏଥିପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ ନକଲେ ସେ ମଧ୍ୟ ସନ୍ଦେହର ବଳୟ ମଧ୍ୟକୁ ନଆସିବେ କିପରିଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଲେ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ ବନ୍ଦ ହୋଇ ପାରନ୍ତା । ଏବଂ ପ୍ରକୃତିର ବୈଷମ୍ୟକୁ ରୋକାଯାଇପାରନ୍ତା



