District

୬ ହ।ଇସସ୍କୁଲ ରେ ବିଦ୍ୟୁତ ସଂଯୋଗ ହେ।ଇନି

୬ ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ହୋଇନି

ନନ୍ଦପୁର /ପାଡ଼ୁଆ, ୨/୨

ନନ୍ଦପୁର ବ୍ଲକ ଅନ୍ତର୍ଗତ ୨୩ ପଞ୍ଚାୟତରେ ଥୁବା ୨୧ଟି ଉଚ୍ଚ ବିଦ୍ୟାଳୟ ମଧ୍ଯରୁ ୬ଟି ଉଚ୍ଚ ବିଦ୍ୟାଳୟକୁ ଅଦ୍ୟାବଧି ବିଦ୍ୟୁତ୍ ସଂଯୋଗ ହୋଇନି । ଫଳରେ ହାତୀବାରି, କୁରୁମାପୁଟ, ପରଜା ବଡପଡ଼ା, ଗୋଲୁର, ସେମେଳା ଓ କସନ୍ଦି ସ୍କୁଲର ସ୍ମାର୍ଟ ଶ୍ରେଣୀଗୃହ, ସ୍ମାର୍ଟ ଲାଇବ୍ରେରୀ, ସ୍ମାର୍ଟ ବିଜ୍ଞାନଗାରରେ ଥିବା ସାମଗ୍ରୀ ବ୍ୟବହାର ନ ହୋଇ ନଷ୍ଟ ହେଉଥ‌ିବା ଅଭିଯୋଗ ହେଉଛି। ପୂର୍ବ ସରକାରଙ୍କ ଅମଳରେ ଉକ୍ତ ବିଦ୍ୟାଳୟଗୁଡ଼ିକୁ ୫-ଟି ରୂପାନ୍ତରଣ କରାଯାଇ ସ୍ମାର୍ଟ ଶ୍ରେଣୀଗୃହ, ସ୍ମାର୍ଟ ଲାଇବ୍ରେରୀ, ସ୍ମାର୍ଟ ବିଜ୍ଞାନଗାର ନିର୍ମାଣ ହୋଇଛି। ଶ୍ରେଣୀଗୃହରେ ସ୍ମାର୍ଟ ବୋର୍ଡ, ସ୍ମାର୍ଟ ଟିଭି ସ୍ଥାନିତ ହେବା ସହ ଛାତ୍ରୀଛାତ୍ରଙ୍କ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ବିଦ୍ୟାଳୟ ପିଛା ୧୫ରୁ ୨୦ଟି ଲେଖାଏଁ କମ୍ପ୍ୟୁଟର କିଣାଯାଇ ସ୍ଥାପନ କରାଯାଇଥିଲା । ସମସ୍ତ ବିଦ୍ୟାଳୟରେ ଇନଭର୍ଟର କିଣା, ୱାଇଗିଂ, ଅନ୍ୟ ବିଦ୍ୟୁତ୍ ସାମଗ୍ରୀ କିଣା ବାବଦକୁ ଲକ୍ଷ । ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଉକ୍ତ ୬ ଉଚ୍ଚ ବିଦ୍ୟାଳୟକୁ ଅଦ୍ୟାବଧ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ ସବୁ ସ୍ମାର୍ଟ ସାମଗ୍ରୀ ବ୍ୟବହାର ନ ହୋଇ ଖତ ଖାଉଥିବା ଉକ୍ତ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଅଭିଯୋଗ ହୋଇଛି ।

ହାତୀବାରି ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୨୪୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । କିନ୍ତୁ ବିଦ୍ୟାଳୟରେ ମାତ୍ର ୭ ଜଣ ଶିକ୍ଷୟିତ୍ରୀ ଏଥିସହ ଶ୍ରେଣୀଗୃହ ଅଭାବ, ପାନୀୟ ଜଳର ଅଭ।ବ ରହିଛି ।

ପିଲାଙ୍କ ପାଠପଢ଼ା ଅସୁବିଧା ଥିବା ଅଭିଯୋଗ ହେଉଛି।

ନଷ୍ଟ ହେଉଛି କମ୍ପ୍ୟୁଟର, ସ୍ମାର୍ଟଟିଭି, ଲ୍ୟାବ ସାମଗ୍ରୀ

ଜଳ ସୁବିଧା ନ ଥିବା, ଖେଳ ପଡିଆ ନ ଥିବା, ସୁରକ୍ଷା ପାଚେରି ନ ଥିବା ଏବଂ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର କିମ୍ବା ଖାଇବା କକ୍ଷ ନ ଥୁବାରୁ ପିଲାମାନେ ହଇରାଣ ହେଉଥିବା ସ୍କୁଲ ପରିଚାଳନା କମିଟି ସଭାପତି ଜଗବନ୍ଧୁ ଖରା, ଅବିଭାବକ ଗୁଣ୍ଡରାଜ୍ ଶୁକ୍ରୀ, ହରି ଖୁଲ, ବିଙ୍ଗୁ ଖରା, ଜୟ ଗୁଣ୍ଡା ପ୍ରମୁଖ ସୂଚନା ଦେଇଛନ୍ତି। ତେଣୁ ଶ୍ରେଣୀ ଓ ବିଭାଗ ଅନୁଯାୟୀ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି, ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସହ ବିଦ୍ୟାଳୟକୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ସେହିପରି ପରଜା ବଡ଼ପଡ଼ା ଖେମୁଣ୍ଟୁଗୁଡ଼ା, ଗୋଲୁର ସରପଞ୍ଚ, କସନ୍ଦି ଓ ଖୂର୍ଜୀ ସରପଞ୍ଚମାନେ ମଧ୍ୟ ସେମାନଙ୍କ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ନିମନ୍ତେ ସମାନ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରାଙ୍କୁ ପଚାରିବାରୁ ବିଦ୍ୟାଳୟଠାରୁ ଦୂରରେ ବିଦ୍ୟୁତ୍ ଖୁଣ୍ଟ ଥିବାରୁ ବିଦ୍ୟୁତ୍ ସଂଯୋଗ ଦେବାରେ ଅସୁବିଧା ହେଉଛି। ୪/୫ଟି ବିଦ୍ୟୁତ୍ ପୋଲ ଓ ସ୍ବତନ୍ତ୍ର ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ଟିପି ଏସଓଡିଏଲ୍ କର୍ତ୍ତୃପକ୍ଷ କୁହାଯାଇଛି। ଆବଶ୍ୟକ ଅର୍ଥ ପ୍ରଦାନ କରିବାକୁ ବ୍ଲକ ତରଫରୁ ଜିଲ୍ଲାପାଳ, ସିଡିଓ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଡିପିସିଙ୍କୁପତ୍ର ଲେଖ୍ ଅନୁରୋଧ କରାଯାଇଛି। ପାଣ୍ଠି ଅନୁମୋଦନ ହେଲେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ବିଡିଓ ଦୋରା ସୂଚନା ଦେଇଛନ୍ତି।

ନନ୍ଦପୁର ବ୍ଲକର ୬ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇନି

ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ, ବିଜ୍ଞାନଗାର କାମରେ ଲାଗୁନି

କମ୍ପ୍ୟୁଟର ଓ ଅନ୍ୟ ବୈଦ୍ୟୁତିକ ଯନ୍ତ୍ରାଂଶ ଖତ ଖାଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button