କ।ମରେ ଆସୁନ।ହିଁ ଚେକତ୍ୟାମ ଜମିକୁ ପ।ଣି ମ।ଡୁନି ,ନିର୍ମାଣ ଅନିୟମିତ।ର ଅଭିଯୋଗ
କାମରେ ଆସୁନି ଚେକ୍ଡ୍ୟାମ୍, ଜମିକୁ ମାଡ଼ୁନି ପାଣି
ନିମ।ଣ ଅନିୟମିତ। ର ଅଭିଯୋଗ

କଲ୍ୟାଣସିଂହପୁର,୨/୨: ଚାଷୀଙ୍କ ହିତ ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରିଛନ୍ତି । ନିର୍ମାଣ ହୋଇଛି ଚେକଡ୍ୟାମ ଓ ଜଳସେଚନ ପ୍ରକଳ୍ପ । ଅଥଚ ଏହାର ଲାଭଉଠାଇପାରୁ ନାହାନି ଚାଷୀ। ସେମାନଙ୍କ ଜମିକୁ ପ୍ରକଳ୍ପରୁ ପାଣି ମାଡ଼ୁନି । ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ର ଧାମୁଣିପଙ୍ଗା, ସିଙ୍ଗାରି ଓ ପୂଜାରାଗୁଡ଼ା ପଞ୍ଚାୟତରେ। ଏ ନେଇ ବାରମ୍ବାର ଅଭିଯୋଗ କଲେ ବି କୌଣସି ପଦକ୍ଷେପ ନିଆଯାଉନି। ଏହାକୁ ନେଇ ଚାଷୀକୂଳ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଧାମୁଣିପଟ୍ଟା, ସିଙ୍ଗାରି ଓ ପୂଜାରୀଗୁଡ଼ା ୩ ପଞ୍ଚାୟତରେ ଚେକତ୍ୟାମ ନିର୍ମାଣରେ ବ୍ୟାପକ ଅନିୟମିତା ଅଭିଯୋଗ ହୋଇଛି। ଧାମୁଣିପଟ୍ଟା ପଞ୍ଚାୟତର ତାଡ଼ି ଝୋଳରେ ୨୦୨୪ ନଭେମ୍ବର ୨୩ ତାରିଖରେ ଏକ ଚେକତ୍ୟାମ ତିଆରି ହୋଇଥିଲା । କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ ପ୍ରାୟ ୪୯
ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ସରିଲେ ପେଡ଼ିପଦର, କଲମୁହିଁ, ଧାମୁନିପଙ୍ଗା ଓ କଟିକିନାଳର ଜମିକୁ ପାଣି ମାଡ଼ିବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ନାଳ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମିକୁ ଏହି ପ୍ରକଳ୍ପରୁ ପାଣି ମାଡ଼ୁନି । ସେହିପରି ସିଙ୍ଗାରି ପଞ୍ଚାୟତର ପାଦୁଲଗୁଡ଼ା ଓ ଚିଡିମସ୍କା ମଝିଭାଗରେ ଏକ ଚେକଡ୍ୟାମ ନିର୍ମାଣ କରାଯାଇଛି। ଏହାର ମଧ୍ୟ ଲାଭ ଉଠାଇପାରୁନାହାନ୍ତି ଚାଷୀ । ପ୍ରକଳ୍ପ ତିଆରି ନାଁରେ ଠିକାଦାର ଲୁଟ୍ କରିଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ପୂଜାରୀଗୁଡ଼ା ପଞ୍ଚାୟତ ଡିବାଲପଡ଼ ନିକଟରେ ପୂର୍ବରୁ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତାହା ଭଲଭାବେ କାମ କରୁଥିଲା । ତଥାପି ସେହି
ପ୍ରକଳ୍ପକୁ ଭାଙ୍ଗି ୪୩ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ଚେକତ୍ୟାମ ନିର୍ମାଣ କରାଗଲା। ଚେକତ୍ୟାମ ହେବା ପରେ ପୁରୁଣା ମୋଟର, ଘର ଓ ବିଦ୍ୟୁତ ସଂଯୋଗ ଗାଏବ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ୩ ବର୍ଷ ହେଲା ଏହି ଉଠାଜଳ ସଚେନ ପ୍ରକଳ୍ପରୁ ପାଣି ମିଳୁ ନାହିଁ । ଚେକତ୍ୟାମ୍ ଚାଷୀଙ୍କ କୌଣସି କାମରେ ଆସୁନି । ସରକାର ଓ ଅଧୁକାରୀ ବଦଳୁଥିଲେ ମଧ୍ୟ ଚେକତ୍ୟାମର ସ୍ଥିତି ବଦଳୁନି । ତାହାର ଅନୁଧ୍ୟାନ ମଧ୍ୟ କରଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ ରମେଶ ଜେନା କହିଛତି, ସମସ୍ତ ଚେକଡ୍ୟାମ ଗୁଡ଼ିକର ସ୍ଥିତି ଯାଞ୍ଚ କରାଯିବ। ଚାଷୀଙ୍କ ଜମିକୁ କିପରି ପାଣି ପହବ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନିଆଯିବ।



