District

ସୀମାନ୍ତ ଜଙ୍ଗଲ ରେ ବେଆଇନ ଗଛ କଟ।

ସୀମାନ୍ତ ଜଙ୍ଗଲରେ ବେଆଇନ ଗଛକଟା

ତେନ୍ତୁଳିଖୁଣ୍ଟି, ତା ୨/୨

ନବରଙ୍ଗପୁର ଜିଲ୍ଲା ଏବଂ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ଜଙ୍ଗଲରୁ ବେଧଡ଼କ ଗଛକଟା ଚାଲିଥିବା ବେଳେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଯେଉଁସବୁ ବୃହତ ଜଙ୍ଗଲ ଥିଲା ସେଇଠି ଅନେକ ଜୀବଜନ୍ତୁ ନିରାପଦରେ ଆଶ୍ରୟ ନେଇ ରହୁଥିଲେ। ପୂର୍ବରୁ ବନବିଭାଗରେ କାର୍ଯ୍ୟରତ ଦୁଇ ଜିଲ୍ଲାର କର୍ମଚାରୀଙ୍କ ଦୃଷ୍ଟି ମଧ୍ୟ ଏହିସବୁ ସୀମାନ୍ତ ଅଞ୍ଚଳ ପ୍ରତି ଅହରହ ରହୁଥିଲା । କିନ୍ତୁ ବର୍ତ୍ତମାନର କିଛି ବନ ବିଭାଗ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁ ଧୀରେ ଧୀରେ ଜଙ୍ଗଲ ଖାଲି ହେବା ସହ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତି ହେବାରେ ଲାଗିଛି।

ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂତନ ବନୀକରଣ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ବନ ବିଭାଗ କର୍ମଚାରୀ ଓ ଜଙ୍ଗଲ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବହୁ ମୂଲ୍ୟବାନ ଗଛ ଯଥା ସାଗୁଆନ, ଶାଳ, ପିଆଶାଳ ଏହିଭଳି

ବହୁ ମୂଲ୍ୟବାନ ଗଛ ସବୁ ଦିବାଲୋକରେ ଉଦ୍ଭାନ ହେଇଥିବା ଦେଖ‌ିବାକୁ ମିଳିଛିରପରିସ୍ଥ ଅଧିକାରୀ ଙ୍କ ଛତ୍ର ଛାୟା ରେ କେତେକ ବନ ବିଭାଗର କର୍ମଚାରୀ ଦୀର୍ଘଦିନ ଧରି ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥଳୀ ରେ ରହି ବେପରୁଆ ମୋନଭାବ ରେ କାହାକୁ ରୁକ୍ଷେପ କରୁନଥିବା ଦୃଷ୍ଟି ଗୋଚର ହେଉଛିଅଞ୍ଚଳ

ର ଗୌଡ଼ ଦେଓପାଲ୍ଲୀ, ଚଳିଖୁଣ୍ଟି, ଲମତାଗୁଡା ପଞ୍ଚାଯତର ଅନେକ ସରକାରୀ ଅନୁଦାନନୂତନ ବନୀକରଣ ନାଁ ରେ ଜଙ୍ଗଲ ବିଭାଗ ପକ୍ଷରୁ ହୋଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ର ବାୟିତ୍ବ ର ଅବହେଳା କାରଣ ରୁ କେଉଁଠି ବାଉଣ୍ଡ୍ରୀ ର କେବଳ ଖୁଣ୍ଟ ଗାଢ ତାରବାଡ ବୁଣା ହୋଇନାହିଁ

ତୋ ଆଉ କେଉଁଠି ଲଗାଯାଇଥିବା ଗଛ ପାଣି ନପାଇ ମରିବାରେ ଲାଗିଛି | ଏହିଭଳି ଭାବରେ ଅନେକ ସ୍ଥାନରେ ଅବହେଳା ର ଦୃଷ୍ଟାନ୍ତ ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ର ଛତ୍ରଛାୟା ତଳେ ରହୁଥ‌ିବା ଯୋଗୁଁ ସରକାରୀ ଅର୍ଥର ସବ୍‌ ବିନିଯୋଗ ହୋଇ ପାରୁନଥିବା ଚର୍ଚ୍ଚା ଜୋର ଧରିଛି। ଏଥୁପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button