ମୃତ ଶିକ୍ଷକ ଙ୍କ ପରିବାର କୁ ଏକ୍ସ କ୍ୟା ଡର ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ
*ମୃତ ଶିକ୍ଷକଙ୍କ ପରିବାର କୁ ଏକ୍ସ କ୍ୟାଡର୍ ଶିକ୍ଷକ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ*


ନବରଙ୍ଗପୁର:-ଡାବୁଗାଁ ବ୍ଳକ ବଡ ଓଲମା ଆଶ୍ରମ ବିଦ୍ୟାଳୟରେ ଲମ୍ବୋଦର ଭତ୍ରl(୪୫) ଗଣ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ l ତାଙ୍କର ଦେହ ହଠାତ୍ ଖରାପ ହେବାରୁ ସେ ତା ୨୩|୧|୨୬ ରିଖରେ ମୃତ୍ୟୁବରଣ କରିଥିଲେ l ଏ ଦୁଃଖଦ ଖବର ପାଇ ଡାବୁଗାଁ ବ୍ଳକ ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ମହଲରେ ଦୁଃଖ ର ଛାୟା ଖେଳିଯାଇଥିଲା l ଆଜି ଦଶାହ କାର୍ଯ୍ୟ ଦିବସ ପଡିଥିବାରୁ ଡାବୁଗାଁ ବ୍ଳକ ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ଙ୍କ ତରଫରୁ ସ୍ଵର୍ଗତ ଲମ୍ବୋଦର ଭତ୍ରl ଙ୍କ ଘର ତାଳବେଡା ଗ୍ରାମକୁ ଯାଇ ମୃତକ ଶିକ୍ଷକଙ୍କ ସହଧର୍ମିଣୀଙ୍କୁ ଚାଉଳ, ପନିପରିବା, ଲୁଗାପଟା ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ପ୍ରକାଶ ଥାଉକି ତାଙ୍କର ଗୋଟିଏ ଝିଅ, ଦୁଇଟି ପୁଅ ଅଛନ୍ତି, ବଡ ଝିଅ ଯୁକ୍ତ ଦୁଇ ପାଶ୍ କରିଥିବା ବେଳେ ଗୋଟିଏ ପୁଅ ଅଷ୍ଟମ, ଆଉ ଗୋଟିଏ ପୁଅ ୫ମ ରେ ପାଠ ପଢୁଛନ୍ତି l ପ୍ରଦାନ କରିବା ସମୟରେ ଏକ୍ସ କ୍ୟାଡର୍ ଶିକ୍ଷକ ଶିକ୍ଷକ ସଂଘ ସଭାପତି ବଲ୍ଳଭ ନାରାୟଣ ପଣ୍ଡା, ନରସିଂହ ମାଝୀ, ଜିତେନ୍ଦ୍ର ମାଝୀ, ପ୍ରଦୀପ ପାଢୀ, ଦୁର୍ଗା ରଥ, ରବି ପ୍ରଧାନ,ଡମୁଣା ମେହେର, ଉଦରନ ଭତ୍ରl, ଶୁଭେନ୍ଦୁ ଦାସ, ଆଶାରାମ ହରିଜନ, ଧରମୁ ପରଜା, ସମୁଦ୍ର ଗଣ୍ଡ, ବକଚନ ମାଝୀ, ଦଶମନ ମାଝୀ ପ୍ରମୁଖ ଉପସ୍ଥିତ ରହି ତାଙ୍କ ପରିବାର ବର୍ଗଙ୍କ ନିକଟରେ ଦୁଃଖ ପ୍ରକାଶ କରି ଶାନ୍ତ୍ୱନା ଦେଇ ସହାୟତା ରାଶି ଓ ସମାଗ୍ରୀ ଦେବାରେ ସହଯୋଗ କରିଥିଲେ l ଉକ୍ତ ଅସହାୟ ପରିବାର ଉପରେ ସରକାରଙ୍କ କୃପାଦୃଷ୍ଟି ପଡି ବଡ ଝିଅକୁ ଚାକିରୀ ଯୋଗାଇ ଦେଲେ ପରିବାର ଅନ୍ତତଃ ଆଶ୍ୱସ୍ତ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଦୃଢ଼ ଦାବୀ ହେଇଛି ଲ ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



