District

ଆସି ନାହାଁନ୍ତି ବିଦେଶୀ ପକ୍ଷୀ, ନବରଙ୍ଗପୁର ବନଖଣ୍ଡରେ ୪୦୮୬ ପକ୍ଷୀ ଚିହ୍ନଟ

ନବରଙ୍ଗପୁର ବନଖଣ୍ଡରେ ୪୦୮୬ ପକ୍ଷୀ ଚିହ୍ନଟ

ଆସିନାହାନ୍ତି ବିଦେଶୀ ପକ୍ଷୀ

ନବରଙ୍ଗପୁର,୧/୨: ନବରଙ୍ଗପୁର ବନଖଣ୍ଡର ୬ଟି ରେଞ୍ଜରେ ୧୪ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ପ୍ରଜାତିର ୪୦୮୬ ପକ୍ଷୀ ଚିହ୍ନଟ କରାଯାଇଛି। ଗତ ବର୍ଷ ଅପେକ୍ଷା ପକ୍ଷୀ କମିଥିବା ବେଳେ ଚଳିତ ବର୍ଷ ବିଦେଶୀ ପକ୍ଷୀ ଆସି ନଥିବା ସୂଚନା ମିଳିଛି। ନବରଙ୍ଗପୁର ବନାଞ୍ଚଳର କୁସୁମଝରରେ ୧୧୨୬ ପକ୍ଷୀ ଗଣନା ହୋଇଥିବା ବେଳେ ଇନ୍ଦ୍ରାବତୀ ଡ୍ୟାମରେ

୧୩୧୦, କୁସୁମ ଡ୍ୟାମରେ ୪୯୦, ସାଗରମୁଣ୍ଡା ପୋଖରୀରେ ୧୭୦ ପକ୍ଷୀ ଗଣନା କରାଯାଇଥିଲା ସବୁଠାରୁ ବେଶୀ ପକ୍ଷୀ ନବରଙ୍ଗପୁର ରେଞ୍ଜରେ ରହିଛନ୍ତି। କୋଡ଼ିଙ୍ଗା ରେଞ୍ଜର କୋଷାଗୁମୁଡ଼ା ନିକଟସ୍ଥ ଭାସ୍କେଲ ନଦୀରେ ୫୦, ଏକୋରୀ ନଦୀରେ ୬୭, ଡାବୁଗାଁ ରେଞ୍ଜର ମୈଦଲପୁର ସାଗରରେ ୧୦୬, ଡାବୁଗାଁ ଅଙ୍ଗୀ ନଦୀରେ ୧୩୦, ଉମରକୋଟ ରେଞ୍ଜର ଭାସ୍କେଲ ଡ୍ୟାମରେ ୨୨୭, ତେଲ ନଦୀରେ ୭୬, ସରଗୁଲି କେନ୍ଦ୍ରୀୟ ନର୍ସରୀରେ ୬୩, ବେହେଡ଼ା କେନ୍ଦ୍ରୀୟ

ନର୍ସରୀରେ ୩୧, ଝରିଗାଁ କେନ୍ଦ୍ରୀୟ ନର୍ସରୀରେ ୮୦, ରାଇଘର ଛଟାବେଡ଼ାରେ ୧୬୦ ଏଭଳି ୪୦୮୬ ପକ୍ଷୀ ଗଣନା କରାଯାଇଥିବା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା କହିଛନ୍ତି। ଗଣନା ହୋଇଥିବା ପକ୍ଷୀ ମଧ୍ୟରେ ଇଣ୍ଡିଆନ୍ ପଣ୍ଡ ହେରେନ୍‌ ୩୪୪, ଲିଟିଲ କରମରେଣ୍ଟ ୨୬୭, ଲିଟିଲ ଇରଗଟେ ୨୮୯, କେଟଲ ଇର୍ଗେଟ୍ ୧୩୨, ଇଣ୍ଟରମିଡିଏଟ୍ ଇଗରେଟ୍ ୧୪୨, ଗ୍ରେ ହେରନ୍ ୪, ରେଡ୍ ୱାଟଲଡ୍ ଲେପୱିଙ୍ଗ ୯୨, କମନ୍ ସେଣ୍ଡପାଇପର ୮୩, ଲେସର ୱିସଲିଙ୍ଗଡକ୍ ୧୨୬୦, ୱାଇଟ୍‌ ଷ୍ଟ୍ରକ୍ ୧୪୦, ଗ୍ରେଟ୍‌ କର୍ମରେଣ୍ଟ ୧୭୧, ଇଣ୍ଡିଆନ୍ କଟନ୍‌ ଟିଲ୍ ୧୦୫, କମନ୍ ମାୟନା ୧୪୪, ଏସିଆନ୍ ଓପେନବିଲ୍ ୬୧, ଘଟଡ୍‌ ଡଭ୍ ୫୫, ୱାଇଟ୍‌ ଥ୍ରୋଟଡ୍‌ କିଙ୍ଗଫିସର ୬୦, ସ୍ପାରୋ ୫୦, ଗ୍ରୀନ୍ ବି ଇଟର ୫୫, ପେଇଣ୍ଟଡ୍ ସ୍ନାଇପ୍ ୨, କମନ୍ ସ୍ନାଇପ୍ ୨, ରଫ୍ ୨, ଫିସାଣ୍ଡ କ୍ରୋ ୧୪, ଫିସାଣ୍ଟ ଟେଇଲଡ୍ ଜାକାନା ୩୦, ଲିଟିଲ୍ ଗ୍ରୀବ୍ ୬୦, ଉଡ୍ ସେଣ୍ଡପାଇପର ୨୯, ଲିଟିଲ ରିଙ୍ଗଡ୍ ପ୍ଲୋଭର ୩୫ ଏଭଳି ୪୦୮୬ ପକ୍ଷୀ ଚିହ୍ନଟ କରାଯାଇଛି। ଏସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ବରେ ନବରଙ୍ଗପୁର ରେଞ୍ଜର ଗୋପୀନାଥ ସାହୁ, କୋଡ଼ିଙ୍ଗା ରେଞ୍ଜରେ ପୂର୍ଣ୍ଣଚନ୍ଦ୍ର ନନ୍ଦ, ଡାବୁଗାଁ ରେଞ୍ଜରେ ରାମଚନ୍ଦ୍ର ଭତ୍ରା, ଉମରକୋଟ, ଝରିଗାଁ, ରାଇଘର ରେଞ୍ଜର ସହ ଅନ୍ୟ ଅଧିକାରୀ ଏବଂ ବନ କର୍ମଚାରୀମାନେ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button