District

୭ ଦିନ ଭିତରେ ଆଭ।ସ କାର୍ଯ୍ଯ ଆରମ୍ଭ ପ।ଇ ତ।ଗିଦ୍

୭ ଦିନ ଭିତରେ ଆବାସ କାର୍ଯ୍ୟ ଆରମ୍ଭ ପାଇଁ ତାଗିଦ୍

ବୈପାରିଗୁଡ଼ା,୩୧/୧ : ବୈପାରିଗୁଡ଼ା ବ୍ଲକରେ ୮ ଶହରୁ ଊର୍ଦୁ ପ୍ରଧାନମନ୍ତ୍ରୀ ଆବାସଗୃହ ଅସଂପୂର୍ଣ୍ଣ ଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ କରିଛି ବ୍ଳକ ପ୍ରଶାସନ ଆବାସଗୃହ ଯୋଜନାରେ ଘର ପାଇଥିବା ହିତାଧିକାରୀକତା ୭ ଦିନ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବ୍ଳକ ପ୍ରଶାସନ

ପକ୍ଷରୁ ତାଗିଦ୍ କରାଯାଇଛି। ୨୦୨୧ ମସିହାଠାରୁ କାର୍ଯ୍ୟାଦେଶ ପାଇଥିବା କିଛି ହିତାଧିକାରୀଙ୍କ ଆବାସଗୃହ କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନା ଆଉ କିଛି ହିତାଧିକାରୀଙ୍କ ଗୃହ ଅଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଅଧିକାଂଶ ହିତାଧିକାରୀ ଆବାସ ଗୃହ

ବାବଦକୁ ଟଙ୍କା ଉଠାଇଥିଲେ ହେଁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ତେଣୁ ଗୁରୁବାର ବୈପାରିଗୁଡା ବ୍ଳକ ଏବିଡିଓ ନିବେଦିତା ଦଣ୍ଡସେନାଙ୍କ ସହ ପିଇଓ ଗଣେଶ ବିଶ୍ଵାସରାୟ, ବିପିସି ପ୍ରଦୀପ ଆଚାର୍ଯ୍ୟ ଏବଂ ବୈପାରିଗୁଡା ଚନ୍ଦ୍ରପଡା, ବୋଦାପୁଟ ଏବଂ ବୈପାରିଗୁଡା ପଞ୍ଚାୟତରେ ଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚି ୭ ଦିନ ମଧ୍ୟରେ ଘର କାମ ଆରମ୍ଭକରିବା ପାଇଁ ତାଗିଦ୍ କରିବା ସହ ନୋଟିସ୍ ଜାରି କରିଛନ୍ତି । ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ଘର କାମ ଆରମ୍ଭ କରି ତୁରନ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ଘର ମଞ୍ଜୁରକୁ ରଦ୍ଦ କରାଯିବା ସହ ବର୍ତ୍ତମାନ ସୁଦ୍ଧା ପାଇଥିବା ସମସ୍ତ ଟଙ୍କା ଆଦାୟ କରାଯିବା ଏଥିସହ ରାସନକାର୍ଡ ରଦ୍ଦ, ସରକାରୀ ସୁବିଧା ରଦ୍ଦ, ସମସ୍ତ ସରକାରୀ ସହାୟତାରୁ ବାଦ କରାଯିବା ଆବଶ୍ୟକ ପଡ଼ିଲେ ପୁଲିସ ପ୍ରଶାସନର ସହାୟତା ନେଇ ଘର ବାବଦକୁ ପାଇଥିବା ସମସ୍ତ କିସ୍ତି ଟଙ୍କା ଆଦାୟ କରାଯିବ ବୋଲି ତାଗିଦ କରାଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button