District

ରାସ୍ତାରୁ.ପ।ଇଥିବ। ବ୍ଯ।ଗ ପୋଲିସ କୁ ଦେଲେ ଦୁଇ ଯୁବକ

ରାସ୍ତାରୁ ପାଇଥିବା ବ୍ୟାଗ ପୋଲିସକୁ ଦେଲେ ୨ ଯୁବକ

ବ୍ୟାଗକୁ ଫେରାଇଥୁବା ଅର୍ଜୁନ ଓ ରମେଶ।

ନନ୍ଦପୁର,୨୯/୧

କୋରାପୁଟ ଜିଲ୍ଲା ନନ୍ଦପୁର ପୋଲିସ ୨ ଯୁବକ ରାସ୍ତାରୁ ପାଇଥିବା ଲ୍ୟାପଟପ୍ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଥୁବା ବ୍ୟାଗକୁ ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି। ବାଡେଲ ପଞ୍ଚା ପଞ୍ଚାୟତର ୨ ଯୁବକ ଅର୍ଜୁନ ଖେମୁଣ୍ଡୁ ଓ ରମେଶ କାର୍ତୁଲଙ୍କ ଏହି କାର୍ଯ୍ୟକୁ ନନ୍ଦପୁର ଥାନାଧିକାରୀ ତ୍ରିନାଥ ତୋଟାପାଡିଆ ପ୍ରଶଂସା କରିଛନ୍ତି। ପୋଲିସ ଜିମାରେ ବ୍ୟାଗ ଥିବା ଜାଣି ବ୍ୟାଗ ମାଲିକ ତଥା ଓଏସ୍ୱାୟୀଏକ୍ସ ଡେଷ୍ଟିନେଶନ ଅନୁଷ୍ଠାନର ଅପରେସନ ହେଡ୍ ମିଲନ ଦାସ ୨ ଯୁବକଙ୍କୁ କୃତଜ୍ଞତା ଜଣାଇଛନ୍ତି। ମିଲନ ଅନୁଷ୍ଠାନ ପକ୍ଷରୁ ନନ୍ଦପୁର ତଥା କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଚିହ୍ନଟ ଓ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନ’

ବ୍ୟାଙ୍କ ଚେକ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ। ନନ୍ଦପୁରରୁ ବାଲଡ଼ା ଯାଉଥିବା ବେଳେ ବାଇକ୍‌ରେ ବନ୍ଧା ହୋଇଥିବା ତାଙ୍କ ବ୍ୟାଗ ରାସ୍ତାରେ ପଡ଼ିଯାଇଥିଲା। ଏହାକୁ ସେ ଜାଣି ପାରିନଥିଲେ। ସେଥିରେ ଏକ ଲ୍ୟାପଟପ, ୨ ଚାର୍ଜର, ୩ ବ୍ୟାଙ୍କ ବୁକ, ଏଟିଏମ୍ କାର୍ଡ, ଅଫିସ ସିଲ ଓ ଅନ୍ୟ ସାମଗ୍ରୀ ରହିଥିଲା। ବ୍ୟାଗକୁ ଥିବା ବ୍ରିଜ ନିକଟରୁ ଅର୍ଜୁନ ଓ ରମେଶ ପାଇଥିଲେ। ବ୍ୟାଗରେ ଥିବା ଡ଼ାଇରିରେ ଉଲ୍ଲେଖ ଫୋନ ନମ୍ବରରେ ମିଲନଙ୍କ ବଡଭାଇଙ୍କୁ ଯୋଗାଯୋଗ କରିଥିଲେ। ସମସ୍ତ ସାମଗ୍ରୀ ସୁରକ୍ଷିତ ଥିବା ସୂଚନା ଦେଇଥିଲେ ଏବଂ ନନ୍ଦପୁର ଥାନାରେ ବ୍ୟାଗକୁ ଏସ୍‌ଆଇ ଦେବୋବର୍ ସାହୁ ଓ ଗୁପ୍ତେଶ୍ବର ଗଉଡଙ୍କ ଜିମାରେ ଦେଇଥିଲେ। ଏ ନେଇ ପୋଲିସ ମିଲନଙ୍କୁ ସୂଚନା ଦିଆଯାଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button