District

କୋରାପୁଟ ଜିଲ୍ଲା ଆନ୍ଦ୍ର–ଓଡ଼ିଶା ସୀମାନ୍ତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

(ଓଡିଶା ଷ୍ଟେଟ ନ୍ୟୁଜ୍ / ଦିଲ୍ଲୀପ ଖରା ସେମିଳିଗୁଡା)
ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟାଙ୍ଗି, ସେମିଳିଗୁଡ଼ା ଓ ନନ୍ଦପୁର—ଏହି ତିନୋଟି ବ୍ଲକରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଆଡମ୍ବର ସହ ପାଳିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂଗଠନ ସହ ସେମିଳିଗୁଡ଼ା ବସ୍‌ଷ୍ଟାଣ୍ଡସ୍ଥିତ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମା ସମ୍ମୁଖରେ ଦେଓମାଳି ଅଟୋ ଆସୋସିଏସନ, ଇମାନୁଏଲ୍ ସଂଘ ଓ ଆମ୍ବେଦକର ସୋସାଇଟି ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏହାସହ ଆମ୍ବେଦକର ନଗରସ୍ଥ ଛକ ନିକଟରେ ଥିବା ସଂବିଧାନ ଦାତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମା ସମ୍ମୁଖରେ ମଧ୍ୟ ଉତ୍ସବ ପାଳିତ ହୋଇଥିଲା।ଦିନଟିର ମୁଖ୍ୟ କାର୍ଯ୍ୟକ୍ରମ ସେମିଳିଗୁଡ଼ା ସ୍ଥିତ ସହିଦୀ ଲକ୍ଷ୍ମଣ ନାୟକ ମିନି ଷ୍ଟାଡିଅମରେ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡାମ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଶ୍ରୀ କାଡାମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ଉଦ୍ବୋଧନ ଦେଇ ଦେଶ ଗଠନରେ ଯୁବପିଢ଼ିର ଭୂମିକା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବାରିଆ, ଉପାଧ୍ୟକ୍ଷ ଶିବା ବାଙ୍ଗାରି ସହ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବକ୍ତାମାନେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍ ମାଧ୍ୟମରେ ସମ୍ପୂର୍ଣ୍ଣ ବିଶ୍ୱ ସମ୍ମୁଖରେ ଭାରତର ଶକ୍ତି, ସୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶିତ ହୋଇଥିବା ନେଇ ମତ ପ୍ରକାଶ କରିଥିଲେ।ପଟାଙ୍ଗି ଓ ନନ୍ଦପୁର ବ୍ଲକରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ନନ୍ଦପୁର ବ୍ଲକରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ପ୍ରସାଦ ଧରା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତୁଲ୍ ସହ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ଆନ୍ଦ୍ର–ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମ କୃଷ୍ଣ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା କଲ୍ପନା ପାଙ୍ଗି ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ସୁନ୍ଦର ଭାବେ ପାଳିତ ହୋଇଥିଲା।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button