୩ ବିଭାଗର ର।ତି ଅଧିଆ ଚଢ।ଉ
୩ ବିଭାଗର ରାତି ଅଧୂଆ ଚଡାଉ, ୧୮ ଟିପ୍ପର ଗୋଟିଏ ଜେସିବି ଜବତ, ମାଫିଆଙ୍କ ମଧ୍ୟରେ କୋକୁଆ ଭୟ
କୋଷାଗୁମୁଡା ୨୩/୦୧ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ଭାସ୍କେଲ ନଦୀରୁ ଅଣଲିଜ ଅଞ୍ଚଳରୁ ବାଲି ମାଫିଆମାନେ ବେଧଡ଼କ ବାଲି ଚୋରାଚାଲାଣ ହେଉଥିବା ନେଇ ବାରଂବାର ଖବର ପ୍ରସାରଣ ଓ ଖଣି ବିଭାଗର ଚଢାଉ ପରେ ମଧ୍ୟ ଚୋରା ଚଲାଣ ଥମିବାର ନା ନେଉନାହିଁ । ଗତ କାଲି ନବରଙ୍ଗପୁର କନିଷ୍ଠ ଖଣି ଅଧିକାରୀ ସୁଧୀର ପ୍ରଧାନ, ସମ୍ୟରଞ୍ଜନ ସାହୁ, କୋଡ଼ିଙ୍ଗା ତହସିଲଦାର ତୁଳା ମୁଦୁଲି, ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ, କୋଡ଼ିଙ୍ଗା ଥାନାଧୁକାରୀ ଯୁଗଳ ଶବର, କୋଷାଗୁମୁଡା ଥାନାଧିକାରୀ ଉମେଶଚନ୍ଦ୍ର ନାୟକ, ଏଏସଆଇ ହିମିଲଟନ ମାଝୀ ପ୍ରମୁଖ ୩ ବିଭାଗର ଅଧିକାରୀମାନେ ମିଳିତ ଭାବେ ଆତର୍କିତ ଚଢାଉ କରି ବଡଗୁମୁଡା ନିକଟ ଭାସ୍କେଲ ନଦୀର ଅଣଲିଜ ବାଲି ସୌରାତରୁ ବାଲି ଚୋରା ଚଲାଣ ବେଳେ ୧୮ ଟିପ୍ପର ଓ ଗୋଟିଏ ଜେସିବି ଜବତ କରିଛନ୍ତି । ୩ ଟି ବାଲି ଭର୍ରି ଟିପ୍ପର କୋଡ଼ିଙ୍ଗା ଥାନାରେ ରଖାଯାଇଥିବାବେଳେ ଅନ୍ୟ ଗାଡିକୁ ବାଲି ଘାଟରେ ଜବତ ରଖାଯାଇଥିବା ଖଣି ଅଧିକାରୀ ସୁଧୀର କୁମାର ପ୍ରଧାନ ସୂଚନା ରାତ ଓରିଆ ମିଳିତ ଚଢାଉ ଜାରିରହିବ ବୋଲି ମଧ୍ୟ
ସୂଚନା ଦେଇଛନ୍ତି । ଏହି ରାତି ଅଧୂଆ ଚଢ଼ାଉରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟୁ ସୃଷ୍ଟି ହୋଇଛି । ଆଗକୁ ଚୋରା ବାଲି ଚାଲାଣ ଉପରେ ବିଭାଗୀୟ ଅଧିକାରୀଙ୍କ ଭୂମିକା କିଭଳି ରହିବ ତାହା ଦେଖୁବାକୁ ବାକି ରହିଲା | କୋଷାଗୁମୁଡା ବ୍ଳକର
ଜୀବନରେଖା ହେଉଛି ଭାସ୍କେଳ ନଦୀ

