District

ଜୁନିୟର ରେଡ୍‌କ୍ରସ ଶିବିର ଉଦଘାଟିତ

ଜୁନିଅର ରେଡକ୍ରସ ଶିବିର ଉଦ୍ଘାଟି

ମାଲକାନଗିରି, ୧୫/୧
କାଲିମେଲା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ୩ ଦିନିଆ ଜୁନିୟର ରେଡ କ୍ରସ (ଜେଆରସି) ଶିବିର ଅନୁଷ୍ଠିତ ହୋଇଯାଇଛି । ଯାହାର ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ସମନ୍ୱୟ ଏବଂ ସାମାଜିକ ଦାୟିତ୍ୱ ବୋଧ ସୃଷ୍ଟି କରିବା।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଉଦବୋଧନ ଦେଇଥିଲା ବେଳେ ବ୍ଲକ ଅଧ୍ୟକ୍ଷା ସୁଭାଷିନୀ ସୋଡ଼ି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଲିମେଳା ପ୍ରଦୀପ କୁମାର କର, ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ବାରୋଇ ଆଦି ଅତିଥି ଗଣ ମଞ୍ଚାସୀନ ଥିଲେ। ଏହି ଶିବିରରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ୧୧୧ ଗ୍ରାମ ପଞ୍ଚାୟତର ଅବସ୍ଥିତ ବିଭିନ୍ନ ବିଦ୍ୟାଳୟରୁ ଯୋଗ ଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଭାରପ୍ରାପ୍ତ ଶାରିରୀକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ନିରଞ୍ଜନ ମହାରଣା ଜେ ଆର୍ ସି ଓ ମାଲକାନଗିରି, ପ୍ରମୋଦ ବାରୋଇ ପ୍ରଧାନ ଶିକ୍ଷକ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଏହି
୩ ଦିନିଆ ଶିବିରରେ ସାହାଯ୍ୟ ପ୍ରଶିକ୍ଷଣ, ରକ୍ତଦାନ ସଚେତନତା, ବିପର୍ଯ୍ଯୟ ପରିଚାଳନା, ପରିବେଶ ସଂରକ୍ଷଣ, ଶ୍ରମଦାନ, ସ୍ବାସ୍ଥ୍ୟ, ସ୍ବଚ୍ଛତା ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button