ବନ୍ଦେ ମାତରମ ସମୂହ ଗ।ନ ଓ ଜ।ତୀୟ ଯୁବ ଦୀବସ ପ।ଳନ
ବନ୍ଦେ ମାତରମ୍ ସମୂହ ଗାନ ଓ ଜାତୀୟ ଯୁବ ଦିବସ ପାଳନ

ଭଞ୍ଜନଗର,(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମୂହ ବନ୍ଦେ ମାତରମ୍ ଗାନ କରାଯିବା ସହିତ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା ରୁନୁବାଳା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ସମାଜସେବୀ ସ୍ଵସ୍ତି ସୁନ୍ଦର ସିଅ ଯୋଗ ଦେଇ ରାଷ୍ଟ୍ର ଗଠନରେ ଯୁବ ଶକ୍ତିର ପ୍ରୟୋଜନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ,ପୂର୍ବତନ ରସାୟନ ବିଜ୍ଞାନ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର, ପ୍ରାଶାସନିକ ଅଧିକାରୀ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଭବାନୀ ଶଙ୍କର ରା ପ୍ରମୁଖ ମଞ୍ଚାସୀନ ଥିଲେ I ଜୀବ ବିଜ୍ଞାନର ପ୍ରତିପାଦକ ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଅଭିଭାଷଣ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ I ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶୈକ୍ଷିକ ଓ ଅଣ ଶୈକ୍ଷିକ କର୍ମଚାରୀ ସହଯୋଗ କରିଥିଲେ।

